କନକ ବ୍ୟୁରୋ: ନୂଆ ରୁପରେ ଆସିଲା ଡାକୋଟା ବିମାନ । ସ୍ୱାଧିନତା ପୂର୍ବରୁ ଭାରତୀୟ ବାୟୁସେନାରେ ସାମିଲ ଥିବା ଏହି ପରିବହନ ବିମାନ ଦୀର୍ଘ ଦିନରୁ ଅଲୋଡା ହୋଇପଡିଥିଲା । ତେବେ ଏହାକୁ ଦିଆଯାଇଛି ନୂଆ ରୁପ । ଏଥିସହ ଇତିହାସର ସାକ୍ଷ୍ୟ ବହନ କରୁଥିବା ଏହି ବିମାନକୁ ପୁଣି ବାୟୁସେନାରେ ସାମିଲ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଫେବ୍ରୁୟାରୀ ୨୦ରୁ ବାଙ୍ଗାଲୁରୁରେ ଆରମ୍ଭ ହେବାକୁ ଥିବା ଏୟାର ସୋରେ ସାମିଲ ହେବ ଏହି ଡାକୋଟା ବିମାନ । ଏହି ବିମାନ ସହିତ ଓଡ଼ିଶାର ଅନେକ ସମ୍ପର୍କ ରହିଆସିଛି କାରଣ ଅତୀତରେ କଳିଙ୍ଗ ଏୟାରଲାଇନ୍ସରେ ଥିଲା ୧୮ଟି ଡାକୋଟା ବିମାନ ।
୧୯୪୭-୪୮ରେ କାଶ୍ମୀର ଅପରେସନ ବେଳେ ଶ୍ରୀନଗରରେ ସେନା ପାଇଁ ଚିକିତ୍ସା ସହାୟତା ସହ ଅନ୍ୟାନ୍ୟ ଆନୁସଙ୍ଗିକ ସେବା ଯୋଗାଇବାରେ ଏହି ବିମାନ ପ୍ରମୁଖ ଭୂମିକା ନେଇଥିଲା । ବିଜୁ ବାବୁଙ୍କ ସହ ମଧ୍ୟ ଡାକୋଟା ବିମାନର ସମ୍ପର୍କ ରହିଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କୁ ଏହି ଡାକୋଟା ବିମାନରେ ବସାଇ ଉଦ୍ଧାର କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/Dakota.jpg)
/kanak/media/post_attachments/wp-content/uploads/2019/02/dakota-300x180.jpg)