କନକ ବ୍ୟୁରୋ : ପୁଣି ଆସିଲା ରାଉରକେଲାରୁ ବଡ ଧରଣର ଜିଏସଟି ଠକେଇ ଅଭିଯୋଗ । ଏଥର ଠିକା ଶ୍ରମିକ ନୁହେଁ, ବରଂ ଜଣେ ଘରୋଇ ଡ୍ରାଇଭରଙ୍କ ନାଁରେ ଜାଲ କମ୍ପାନୀ ଓ ବ୍ୟାଙ୍କରେ ଜାଲ ଆକାଂଉଟ ଖୋଲି ପ୍ରାୟ ୩୦ କୋଟିର ବ୍ୟବସାୟ ହୋଇଥିବା ମାମଲା ପଦାକୁ ଆସିଛି । ଏହି ମାମଲାରେ ଯେଉଁ ଡ୍ରାଇଭରଙ୍କ ନାଁରେ କମ୍ପାନୀ ଖୋଲି କୋଟି କୋଟି ଟଙ୍କା ଇନପୁଟ ଟ୍ୟାକ୍ସ ବାବଦକୁ ଚଳୁ କରାଯାଇଛି, ସେହି ଯୁୂବକଙ୍କ ପାଖକୁ ଜିଏସଟି ପକ୍ଷରୁ ନୋଟିସ ଆସିବା ପରେ ଠକେଇ ରାକେଟର ପର୍ଦ୍ଦାଫାସ ହୋଇଛି ।
ରାଉରକେଲାର ସେକ୍ଟର-୨୦ ଅଂଚଳରେ ରାଜେନ୍ଦ୍ର ପଲ୍ଲେଇଙ୍କ ନାଁରେ ଅର୍ବାନ କୋ-ଅପରଟିଭ ବ୍ୟାଙ୍କରେ ଅର୍ବାନ କୋ-ଅପରଟିଭ ବ୍ୟାଙ୍କ-ମିଡଟାଉନ ଶାଖାରେ ଦାଲ ଆକାଂଉଟ ଖୋଲାଯାଇଛି । ଏହି ଆକାଉଂଟ ବଳରେ ଆର.ପି. ଏଂଟର ପ୍ରାଇଜର୍ସ ନାଁରେ ନକଲି କମ୍ପାନି ଖୋଲି ୨୮ କୋଟି ୨୮ ଲକ୍ଷ ୪ ହଜାର ୫୧୭ ଟଙ୍କାର କାରବାର କରାଯାଇଛି । ଏହାସହ କୋଟି କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ଠକିନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/35-16.jpg)