ସରୋଗେସି ପ୍ରକିୟାରେ ୨୨ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ଏହି କୋଟିପତି ମହିଳା, ୧୦୫ ଶିଶୁଙ୍କୁ  ଜନ୍ମ ଦେବାକୁ ରଖିଛନ୍ତି ଲକ୍ଷ୍ୟ

341

କନକ ବ୍ୟୁରୋ : ସରୋଗେସି ପ୍ରକ୍ରିୟାରେ ପ୍ରିୟଙ୍କା ଚୋପ୍ରା ମା ହେବା ପରେ ଏହାକୁ ନେଇ ଏବେ ଭାରତରେ ବେସ୍ ଚର୍ଚ୍ଚା ହେଉଛି । ହେଲେ ଆଗରୁ ବି ଅନେକ ମହିଳା ଏହି ପ୍ରକ୍ରିୟାରେ ମା ହୋଇ ରେକର୍ଡ କରିଛନ୍ତି । ଜଣେ କୋଟିପତିଙ୍କ ସ୍ତ୍ରୀ ଏହି ସରୋଗେସି ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ୨୨ ଜଣ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଏନେଇ ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଫଟୋ ସେୟାର କରିବା ସହ ଆଗକୁ ସରୋଗେସି ପ୍ରକ୍ରିୟାରେ ୧୦୫ ଶିଶୁଙ୍କୁ ଜନ୍ମ ଦେବାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।
ସୂଚନା ମୁତାବକ ଏହି ମହିଳାଙ୍କ ନାମ କ୍ରିଷ୍ଟିନା ଓଜତୁର୍କ । ୨୪ ବର୍ଷିୟ ଏହି ମହିଳା ଋଷର ରାଜଧାନୀ ମସ୍କୋ ଠାରେ ରହିଥାନ୍ତି । ମହିଳା ଜଣଙ୍କ ଗୋଟିଏ ବର୍ଷ ମଧ୍ୟରେ ୨୨ ସରୋଗେଟ ଶିଶୁଙ୍କୁ ଜନ୍ମ ଦେଇସାରିଛନ୍ତି ।

‘ଡେଲି ମେଲ’ ଏହି ମହିଳାଙ୍କ ବାବଦରେ ଗତବର୍ଷ ରିପୋର୍ଟ ପ୍ରକାଶ କରିଥିଲା । ମହିଳା ଜଣଙ୍କ ଏହି ଶିଶୁମାନଙ୍କୁ ଲାଳନ ପାଳନ କରିବାକୁ ୧୬ ଜଣ ଆୟାଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ସେ ବର୍ଷକୁ ପାଖାପାଖି ୬୮ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କ୍ରିଷ୍ଟିନାଙ୍କ ୫୭ ବର୍ଷିୟ ସ୍ୱାମୀ ଗଲିପ ପେଶାରେ ଜଣେ ହୋଟେଲ ବ୍ୟବସାୟୀ  । ଉଭୟଙ୍କ ମଧ୍ୟରେ ପ୍ରଥମେ ଜର୍ଜିଆରେ ଭେଟ ହୋଇଥିଲା । ଏହାପରେ ବାହାଘର ଓ ସରୋଗ୍ରେସି ପ୍ରକ୍ରିୟାରେ ପିଲା ଜନ୍ମ କରିବାର ନିଶା । ଏନେଇ କ୍ରିଷ୍ଟିନା କହିଛନ୍ତି କି ସେ ତାଙ୍କ ଜୀବନକାଳରେ ୧୦୫ ଜଣ ଶିଶୁଙ୍କୁ ଜନ୍ମ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ମହିଳା ଜଣଙ୍କ ୨୦୨୦ ମାର୍ଚ୍ଚ ୧୦ ତାରିଖରେ ପ୍ରଥମ ପିଲାକୁ ଜନ୍ମ ଦେଇଥିଲେ ।

‘ଡେଲି ମେଲ’ ର ରିପୋର୍ଟ ମୁତାବକ ମହିଳା ଜଣଙ୍କ ମାର୍ଚ୍ଚ ୨୦୨୦ ରୁ ଜୁଲାଇ ୨୦୨୧ ମଧ୍ୟରେ ସରୋଗେସି ଉପରେ ଆନୁମାନିକ ୧ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି ।