କନକ ବ୍ୟୁରୋ : ବ୍ରିଟେନ୍ ଆରବପତି ହିନ୍ଦୁଜା ପରିବାରର ଚାରିଜଣ ସଦସ୍ୟଙ୍କୁ ସାଢେ ୪ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇଛି । ବାସଭବନରେ ଘରୋଇ ସହାୟକଙ୍କୁ ଶୋଷଣ କରୁଥିବା ଅଭିଯୋଗରେ ସ୍ୱିଜରଲ୍ୟାଣ୍ଡର ଏକ କୋର୍ଟ ତାଙ୍କୁ ହିନ୍ଦୁଜା ପରିବାର ୪ ସଦସ୍ୟଙ୍କୁ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ଦୋଷୀ ସାବ୍ୟସ୍ତ ହେଲେ ବ୍ରିଟେନ୍ର ସବୁଠାରୁ ଧନୀ ହିନ୍ଦୁଜା ପରିବାରର ୪ ଜଣ ସଦସ୍ୟ ।

Advertisment

ଆନ୍ତର୍ଜାତିକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସ୍ୱିସ୍ କୋର୍ଟ ପ୍ରକାଶ ହିନ୍ଦୁଜା ଓ ତାଙ୍କ ପତ୍ନୀ କମଲ ହିନ୍ଦୁଜାଙ୍କୁ ୪ ବର୍ଷ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସେହିପରି ତାଙ୍କ ପୁଅ ଅଜୟ ଓ ପତ୍ନୀ ନମ୍ରତାଙ୍କୁ ୪ ବର୍ଷ ଜେଲ ହୋଇଛି । ତେବେ ସ୍ୱିସ୍ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିରୋଧ କରି ହିନ୍ଦୁଜା ପରିବାର ଏହି ୪ ଅଭିଯୁକ୍ତ ଉପରିସ୍ଥ କୋର୍ଟର ଦ୍ୱାରସ୍ଥ ହୋଇପାରନ୍ତି ।

ତେବେ ହିନ୍ଦୁଜା ପରିବାର ଭାରତରୁ ଯାଇ ୧୯୮୦ ଦଶକରେ ସ୍ୱିଜରଲ୍ୟାଣ୍ଡରେ ରହୁଛନ୍ତି । ଆଇଟି, ମିଡିଆ, ପାୱାର, ରିୟଲ ଇଷ୍ଟେଟ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହିନ୍ଦୁଜା ଗ୍ରୁପର ବ୍ୟବସାୟ ରହିଛି । ଫୋର୍ବ୍ସ ପତ୍ରିକା ଅନୁସାରେ ହିନ୍ଦୁଜା ଗ୍ରୁପର ମୋଟ ସମ୍ପତ୍ତି ୨୦ ବିଲିଅନ ଡଲାର ହେବ ।