କନକ ବ୍ୟୁରୋ: ଧନୀ ତାଲିକାରେ ପୁଣି ଉପରକୁ ଉଠିଲେ ଗୌତମ ଅଦାନୀ । ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀଙ୍କ ସମ୍ପତ୍ତି ଏବେ ୧୦୦ ଅରବ ଡଲାର ପାର୍ କରିଛି । ଏଥିସହିତ ଗୌତମ ଅଦାନୀ ବିଶ୍ୱର ଧନୀ ତାଲିକାରେ ୧୨ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି ।

Advertisment

ମିିଳିଥିବା ସୂଚନା ମୁତାବକ, ଅଦାନୀଙ୍କ ସମ୍ପତ୍ତି ଗୋଟିଏ ଦିନରେ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି । ବ୍ଲୁମବର୍ଗ ବିଲେନିୟର୍ସ ଇନଡେକ୍ସ ରିପୋର୍ଟ ମୁତାବକ, ଅଦାନୀଙ୍କ ସମ୍ପତ୍ତି ଗୋଟିଏ ଦିନରେ ୨.୭୩ ଅରବ ଡଲାର ବୃଦ୍ଧି ପାଇଛି । ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୨୨ ହଜାର ୬ ଶହ କୋଟି ଅଟେ । ତେବେ ଏତେ ମାତ୍ରାରେ ସମ୍ପତ୍ତି ବୃଦ୍ଧି ପାଇବା ପରେ ଅଦାନୀଙ୍କ ସମ୍ପତ୍ତି ଏବେ ମୋଟ ଉପରେ ୧୦୧ ଅରବ ଡଲାର ରହିଛି ।publive-imageସମ୍ପତ୍ତି ବୃଦ୍ଧି ପାଇବା ପରେ ଗୌତମ ଅଦାନୀ ଏବେ ଭାରତର ଦ୍ୱିତୀୟ ଧନୀ ବ୍ୟକ୍ତି ହେଇଛନ୍ତି । ତାଙ୍କ ଉପରକୁ କେବଳ ମୁକେଶ ଅମ୍ବାନୀ ରହିଛନ୍ତି । ମୁକେଶଙ୍କ ମୋଟ ସମ୍ପତ୍ତିର ପରିମାଣ ବର୍ତ୍ତମାନ ୧୦୮ ଅରବ ଡଲାର ରହିଥିବାବେଳେ, ଅଦାନୀଙ୍କ ସମ୍ପତ୍ତି ଏବେ ୧୦୧ ଡଲାର ରହିଛି । ଅର୍ଥାତ ଭାରତର ଏହି ଦୁଇ ଧନୀଙ୍କ ଭିତରେ ଏବେ ମାତ୍ର ୭ ଅରବ ଡଲାରର ଫରକ୍ ରହିଛି ।

ସୂଚନାଯୋଗ୍ୟ ଯେ, ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଅଦାନୀଙ୍କୁ ବଡ ଝଟକା ଲାଗିଥିଲା । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସେ ତାଙ୍କ ସମ୍ପତ୍ତିରୁ ୬୦ ଅରବ ଡଲାର ହରାଇଥିଲେ । ହେଲେ ଏବେ ସେ ଜୋରଦାର କମବ୍ୟାକ୍ କରିଛନ୍ତି । ବର୍ତ୍ତମାନ ବିଶ୍ୱର ଏହି ଧନୀ ଲିଷ୍ଟର ପ୍ରଥମ ସ୍ଥାନରେ ୨୦୫ ଅରବ ଡଲାର ସହ ଏଲନ୍ ମସ୍କ ସବୁଠୁ ଉପରେ ରହିଛନ୍ତି । ଏହା ପଛକୁ ଆମାଜନ୍ ମୁଖ୍ୟ ଜେଫ୍ ବେଜୋସ୍ ଦ୍ୱିତୀୟ, ବର୍ନାର୍ଡ ଅର୍ଣ୍ଣଲ୍ଟ ତୃତୀୟ ସ୍ଥାନରେ ରହିଛନ୍ତି ।