ମୁଖ୍ୟମନ୍ତ୍ରୀଙ୍କ ସହ ୪୫ ମିନିଟର ଆଲୋଚନା କଲେ ବିଲ୍ ଗେଟସ୍ । ମିଶନ ଶକ୍ତି ବଜାର ପରିଦର୍ଶନ ସହ କୃଷି ଭବନରେ ବିଭିନ୍ନ ଯୋଜନାର କଲେ ସମୀକ୍ଷା

ମୁଖ୍ୟମନ୍ତ୍ରୀଙ୍କ ସହ ୪୫ ମିନିଟର ଆଲୋଚନା କଲେ ବିଲ୍ ଗେଟସ୍ । ମିଶନ ଶକ୍ତି ବଜାର ପରିଦର୍ଶନ ସହ କୃଷି ଭବନରେ ବିଭିନ୍ନ ଯୋଜନାର କଲେ ସମୀକ୍ଷା

କନକ ବ୍ୟୁରୋ : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ବିଲ ଗେଟ୍ସ । ଏହା ପୂର୍ବରୁ କୃଷି ଭବନରେ କୃଷୀ ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବା ସହ କୃଷି କ୍ଷେତ୍ରର ଉନ୍ନତି ପାଇଁ ରିମୋଟ ସେନ୍ସିଂ ଓ ସ୍ପେସେ୍ ଆପ୍ଲିକେସନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଗେଟ୍ସ ଫାଉଣ୍ଡେସନ୍ ସହାୟତାରେ ରାଜ୍ୟରେ କାର୍ଯ୍ୟ କରୁଛି କୃଷି ସମୀକ୍ଷା କେନ୍ଦ୍ର । ସମନ୍ୱିତ ଚାଷ ପାଇଁ ଉନ୍ନତ ଜ୍ଞାନ କୌଶଳ ବାବଦରେ ସୂଚନା ଦେଉଛି ଏହି କେନ୍ଦ୍ର । ଚାଷ ସମ୍ବନ୍ଧୀୟ ସମସ୍ୟା ବାବଦରେ ଏହି କେନ୍ଦ୍ର ଚାଷୀଙ୍କୁ ସହାୟତା ଯୋଗାଉଛି । ରାଜ୍ୟରେ କୃଷିର ଉନ୍ନତି ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସହ ୨୦୧୭ ମସିହାରେ ଚୁକ୍ତି ହୋଇଥିଲା । ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଗେଟ୍ସ ଫାଉଣ୍ଡେସନ୍ ସହଯୋଗରେ ରାଜ୍ୟରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି ତାହାର ସମୀକ୍ଷା କରିଛନ୍ତି ବିଲ ଗେଟ୍ସ ।

ଏବେ ଦେଶ ବିଦେଶରେ ପହଂଚିବ ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ । ଏ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମାଇକ୍ରୋସ୍ଫ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ    । ମିଶନ ଶକ୍ତି ବଜାର ବୁଲି ଦେଖିବା ସହ ମହିଳା ଉଦ୍ୟୋଗୀଙ୍କୁ ପ୍ରଶଂସା କରିଛନ୍ତି । ଏହାଛଡ଼ା ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଢିଙ୍କି କୁଟା ଚାଉଳ, ହଳଦୀ, ମସଲା, ଛୋଟ ବ୍ୟାଗ, ରାଗି ଗୁଡକୀ, ଡାଲି ଓ ମିଲେଟର ବିଭିନ୍ନ ସାମଗ୍ରୀ କିଣିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe