ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଫଟୋରେ ବିଲ୍ ଗେଟସଙ୍କୁ ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳୁଛି। ଏକ ବଡ଼ ଧନୀ ବ୍ୟକ୍ତି ହୋଇ ମଧ୍ୟ ସେ କ’ଣ ପାଇଁ ଲାଇନ୍ରେ ଛିଡା ହୋଇଛନ୍ତି, ସେ ନେଇ ଅନେକ ପ୍ରଶ୍ନ ଆସିବା ପରେ ପ୍ରକୃତ କାରଣ ସାମ୍ନାକୁ ଆସିଛି । ବିଲ୍ ଗେଟସ ବର୍ଗର କିଣିବା ପାଇଁ ଲାଇନରେ ଅପେକ୍ଷା କରିଥିବା ଜଣା ପଡ଼ିଛି ।
ଯୁବପିଢ଼ିଙ୍କୁ ସବୁବେଳେ ପ୍ରେରଣା ଦେଇ ଆସୁଥିବା ବିଲ୍ ଗେଟସଙ୍କ ଭାଇରାଲ ହେଉଥିବା ଫଟୋ ଅନେକ କଥା ଶିଖାଇଛି । ଏତେ ଟଙ୍କାର ମାଲିକ ହୋଇ ମଧ୍ୟ ସେ ଯେଉଁ ଭଳି ଭାବରେ ସାଧାରଣ ଜୀବନ ବିତାଉଛନ୍ତି ତାହା ସମସ୍ତଙ୍କୁ ଅନୁପ୍ରାଣିତ କରିଛି । ବିଲ୍ ଗେଟସଙ୍କୁ ବର୍ଗର ପାଇଁ ଅପେକ୍ଷା କରିଥିବା ସମୟର ଫଟୋ ତାଙ୍କର ଜଣେ ପୂର୍ବ କର୍ମଚାରୀ ଫେସବୁକରେ ସେୟାର କରିବା ପରେ ତାହା ଭାଇରାଲ ହୋଇଥିଲା । ଗେଟସ ମାଇକ୍ରୋସଫ୍ଟ ଭଳି କମ୍ପାନିର ପ୍ରତିଷ୍ଠା କରିବା ସହ ଲୋକମାନଙ୍କୁ ସାହାଯ୍ୟ କରିବାକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିଜ ଆୟର ଅଧା ସେ ଦାନ କରିଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/bill-gates-waiting-in-line-to-buy-a-8-burger-meal-is-the-new-face-of-modesty-amp-humility-800x420-1547811559.jpg)
/kanak/media/post_attachments/wp-content/uploads/2019/01/6aa6e7a3-bill-gates-featured-image-300x159.jpg)
/kanak/media/post_attachments/wp-content/uploads/2019/01/8657460-0-image-a-11_1547743606778-300x180.jpg)