ଜୀବନରେ କ୍ଷମତା ସଂପର୍ଣ୍ଣ ତଥା ଧନଶାଳୀ ବ୍ୟକ୍ତିତ୍ୱର ପୂଜାରୀ ହେବାକୁ ଚାହୁଁଥିଲେ,ଆପଣାନ୍ତୁ ବିଲ୍ ଗେଟସଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ।

35

ଏମିତି କେଉଁ ପ୍ରକ୍ରିୟା ଅଛି ଯାହା ମଣିଷକୁ ଧନୀ କରାଏ କିମ୍ବା ଏମିତି କି ଦକ୍ଷତା ଅଛି ଯାହା ଭବିଷ୍ୟତରେ ଭଲ ଚାକିରୀ ପାଇଁ ସହାୟତା କରିବ । ଏମିତି କିଛି ପ୍ରଶ୍ନର ଜବାବ ଦେଇଛନ୍ତି ନିଜେ ମାଇକ୍ରୋସପ୍ଟ କମପାନୀର ପ୍ରତିଷ୍ଠାତା ଓ ଦୁନିଆର ସବୁଠାରୁ ଧନୀ ବିଲ ବ୍ୟକ୍ତି ଗେଟ୍ସ । ଗେଟ୍ସ ଧନୀ ହେବା ପାଇଁ ଦେଇଛନ୍ତି କିଛି କ୍ୟାରିୟର ଟିପ୍ସ । ଭବିଷ୍ୟତରେ ଚାକିରୀ ପାଇଁ କିଛିି କାମକୁ ଆସିଲା ପରି ୩ ଟି ପ୍ରମୁଖ ଦକ୍ଷତା ବିଷୟରେ ସେ କହିଛନ୍ତି ।

– ବିଲ ଗେଟ୍ସଙ୍କ କହିବା ଅନୁସାରେ ଆଗକୁ ବଢିବା ପାଇଁ ବିଜ୍ଞାନ,ଇଞ୍ଜିନିୟରିଂ ଓ ଅର୍ଥଶାସ୍ତ୍ରର ମୌଳିକ ଜ୍ଞାନ ରହିବା ବହୁତ ଜରୁରୀ । ଏହାର ଅର୍ଥ ହେଲା ଏହି ତିନୋଟି ଜିନିଷ ହିଁ ଭବିଷ୍ୟତରେ ଆପଙ୍କୁ ଧନୀ କରିବାରେ ସହାୟକ ହେବ । ଏହାସହ ସେ କହିଛନ୍ତି ମୋ ହିସାବରେ ବିଜ୍ଞାନ, ଗଣିତ ଓ ଅର୍ଥଶାସ୍ତରେ ସାଧାରଣ ଜ୍ଞାନ ରହିବା ଦରକାର । ଏହି ବିଷୟ ଗୁଡିକରେ ହିଁ ଭବିଷ୍ୟତରେ ଚାକିରୀର ବହୁତ ସମ୍ଭାବନା ରହିଛି ।

– ଟେକ କମ୍ପାନୀର ଏହି ସଂସ୍ଥାପକଙ୍କ କହିବା ଅନୁସାରେ ଜରୁରୀ ନୁହଁ କି ଆପଣ କମ୍ପ୍ୟୁଟରରେ ଏକ୍ସପର୍ଟ ହୋଇଯାଆନ୍ତୁ । କିନ୍ତୁ କମ୍ପ୍ୟୁଟର ଉପରେ ସାଧାରଣ ଜ୍ଞାନ ରହିବା ଜରୁରୀ ।

– ଜରୁରୀ ନୁହଁ କି ଆପଣ ଟେକ ପ୍ରଫେସନାଲ ପରି ବସି କୋଡିଂ କରନ୍ତୁ କିନ୍ତୁ ଏକଥା ଜାଣିବା ନିହାତି ଜରୁରୀ ଇଞ୍ଜିନିୟରମାନେ କ’ଣ କରନ୍ତି ଓ କ’ଣ ନକରନ୍ତି ।
ଗେଟ୍ସ କହିଛନ୍ତି ଆମ ମାନଙ୍କ ମଧ୍ୟରେ କିଛି ଲୋକ ଅଛନ୍ତିି, ଯେଉଁମାନଙ୍କ ପାଇଁ ଆଉଥରେ ପାଠ ପଢିବା ବହୁତ ବିଳମ୍ବ ହୋଇସାରିଛି । କିନ୍ତୁ ପିଲାଙ୍କୁ ଏନେଇ ଆମେ ଉପଦେଶ ଦେବା ନିହାତି ଜରୁରୀ । ଦ ସନରେ ପ୍ରକାଶିତ ହୋଇଥିବା ଏକ ଖବର ଅନୁସାରେ ବିଲ ଗେଟ୍ସ ଏବେ ଏତେ ଟଙ୍କାର ମାଲିକ ଯେ ଏହାକୁ ନିଜ ଠାରୂ ଦୂର କରିବାରେ ଲାଗିଛନ୍ତି । କେବଳ ଏତିକି ନୁହଁ ସେ ଯେ କେବଳ ଧନୀ ବ୍ୟକ୍ତିି ତା’ନୁହଁ, ସେ ସବୁଠାୁର ଅଧିକ ଦାନ କରିବା ପାଇଁ ମଧ୍ୟ ବହୁତ ପ୍ରସିଦ୍ଧ ।