ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ଘୋଷଣା କରିଛି ଯେ କମ୍ପାନୀର ସହ-ନିର୍ଦ୍ଦେଶକ ବିଲ୍ ଗେଟସ୍ ବୋର୍ଡ ଅଫ୍ ଡାଇରେକ୍ଟର୍ସ ପଦରୁ ଇସ୍ତଫା ଦେଇଛନ୍ତି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ , ବିଲ୍ ଗେଟସ୍ ଏବେ ସାମାଜିକ କାମରେ ସମୟ ଦେବାକୁ ଚାହୁଁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପାଇଁ ବିଲ୍ ଗେଟସ୍ କାମ କରିବାକୁ ଇଚ୍ଛାପ୍ରକାଶ କରିଥିବା କଥା କମ୍ପାନୀ କହିଛି । ସାମାଜିକ କାମର ଇଚ୍ଛାକୁ ପୂରଣ ପାଇଁ ସେ କମ୍ପାନୀର ଦାୟିତ୍ୱ ଭାରରୁ ମୁକ୍ତ ହେବାକୁ ଚାହୁଁଥିବା କଥା କମ୍ପାନୀ କହିଛି । ୬୪ ବର୍ଷୀୟ ଗେଟସ୍ ବହୁ ପୂର୍ବରୁ ହିଁ ଅଫିସ୍ ର ନିତିଦିନିଆ କାମରୁ ବିରତି ନେଇଯାଇଥିଲେ । ତେବେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ସହ ଟେକନିକ୍ ପରାମର୍ଶଦାତା ରୁପେ ଗେଟସ୍ ଜଡିତ ହୋଇ ରହିବେ । ୨୦୧୪ ପ୍ରାରମ୍ଭରୁ ସେ ମାଇକ୍ରୋସଫ୍ଟର ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ଚେୟାରମ୍ୟାନ୍ ପଦରେ କାମ କରିଥିଲେ । କିନ୍ତୁ ଏବେ ସେ ସମ୍ପୁର୍ଣ୍ଣ ରୁପେ ଏହି ପଦରୁ ହଟିବା କଥା କମ୍ପାନୀ କହିଛି । ମାଇକ୍ରୋସଫ୍ଟ ମୁଖ୍ୟ ଏକ୍ସିକ୍ୟୁଟିଭ୍ ଅଫିସର୍ ସତ୍ୟ ନାଡେଲା ଏକ ପ୍ରେସ୍ ରିଲିଜ୍ ରେ କହିଥିଲେ , ଏତେ ବର୍ଷ ବିଲ୍ ଗେଟସ୍ ଙ୍କ ସହ କାମ କରିବା ମୋ ପାଇଁ ଏକ ସମ୍ମାନର କଥା । ଗେଟସ୍ କାମରୁ ଅବସର ନେଲେ ବି କମ୍ପାନୀ ତାଙ୍କ ଠାରୁ ହିଁ ପରାମର୍ଶ ନେବ ।
ଗେଟସ୍ ୨୦୦୦ ରେ ମାଇକ୍ରୋସଫ୍ଟ ସିଇଓ ପଦରୁ ଇସ୍ତଫା ଦେଇଥିଲେ ଏବଂ ସେତେବେଳେ କମ୍ପାନୀର ଦାୟିତ୍ୱ ଷ୍ଟେଭ୍ ବାଲମର୍ ଙ୍କୁ ଦିଆଯାଇଥିଲା । ଆପଣଙ୍କୁ କହିରଖୁଛୁ , ବିଲ୍ ଗେଟସ୍ ଙ୍କ ନାଁ ଦୁନିଆର ସବୁଠାରୁ ଧନୀ ଲୋକଙ୍କ ତାଲିକାରେ ନିୟମିତ ପ୍ରଥମ ସ୍ଥାନରେ ରହିଥାଏ । ୧୩ ବର୍ଷ ବୟସରୁ ହିଁ ସେ ପ୍ରୋଗ୍ରାମିଙ୍ଗ୍ ଦୁନିଆରେ ପାଦ ଥାପିଥିବା କଥା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/03/BILL-GATES-770x433.jpg)
/kanak/media/post_attachments/wp-content/uploads/2020/03/bill-gates-cambridge-lecture-02-300x200.jpg)