କନକ ବ୍ୟୁରୋ: ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ଥିବା ବିଲ୍ ଗେଟସଙ୍କ ଗୋଟିଏ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ଭାରତୀୟ ଷ୍ଟାଇଲରେ ରୁଟି ପ୍ରସ୍ତୁତ କରୁଥିବାବେଳେ, ବିଲ୍ ଗେଟସଙ୍କ ଏହି ଭିଡିଓକୁ ପ୍ରଧାନମନ୍ତ୍ରୀ ମୋଦୀ ପସନ୍ଦ ମଧ୍ୟ କରିଛନ୍ତି । ତେବେ ଖାଲି ସେତିକି ନୁହେଁ, ଏହା ସହିତ ମୋଦୀ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ମଧ୍ୟ ଏହି ଭିଡିଓକୁ ସେୟାର କରିଛନ୍ତି ।
ଏହି ଭିଡିଓରେ ବିଲ୍ ଗେଟସ୍, ସେଫ୍ ଇଟର ବନର୍ଥଙ୍କ ସହ ନଜର ଆସୁଛନ୍ତି । ଦୁହେଁ ମିଶି ପ୍ରଥମେ ଅଟା ଚକଟିବା ସହିତ ଏହାପରେ ଅଟାକୁ ବେଲି, ଏଥିରେ ରୁଟି ପ୍ରସ୍ତୁତ କରୁଛନ୍ତି । ତେବେ ଏହି ଭିଡିଓକୁ ପ୍ରଥମେ ସେଫ୍ ଇଟର ବନର୍ଥ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିବା ପରେ ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।
.@BillGates and I had a blast making Indian Roti together. I just got back from Bihar, India where I met wheat farmers whose yields have been increased thanks to new early sowing technologies and women from “Didi Ki Rasoi” canteens who shared their expertise in making Roti. pic.twitter.com/CAb86CgjR3
— Eitan Bernath (@EitanBernath) February 2, 2023
ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି, “ବିଲ୍ ଗେଟସ୍ ଓ ମୁଁ ମିଶି ଭାରତୀୟ ରୁଟି ପ୍ରସ୍ତୁତ କଲୁ ଏବଂ ମଜା କଲୁ । ମୁଁ ଏବେ ବିହାର, ଭାରତରୁ ଫେରିଛି । ଯେଉଁଠି ମୁଁ ଜଣେ ଚାଷୀଙ୍କୁ ଭେଟିଥିଲି । ସେହି ମହିଳା ଜଣକ ମୋତେ ରୁଟି ବନେଇବା ଶିଖାଇଛନ୍ତି । ଦିଦିଙ୍କ ରୋଷେଇଙ୍କୁ ଧନ୍ୟବାଦ ମୋତେ ଏହି ରୋଷେଇ କରିବାର ତରିକା ଶିଖାଇଥିବାରୁ ।”
ଏହି ଭିଡିଓରେ ବିଲଗେଟସ୍ ପ୍ରଥମେ ନିଜର ପରିଚୟ ଦେଉଛନ୍ତି । ଆଉ ଏହାପରେ ରୁଟି ବନାଉଛନ୍ତି । ତେବେ ରୁଟି ପ୍ରସ୍ତତ କରି ବିଲ୍ ଗେଟସ ଏହାକୁ ଖାଇବା ସହିତ ଏହା ବହୁତ ଭଲ ବୋଲି କହିଛନ୍ତି ।