ଭୁବନେଶ୍ୱର ଲୁମ୍ବିନୀ ବିହାର ମାଆ ମଙ୍ଗଳା ବସ୍ତିରେ ବିଲ୍ ଗେଟ୍ସ । ଲୋକଙ୍କ ଜୀବନଶୈଳୀ ପଚାରି ବୁଝୁଛନ୍ତି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା

109

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଉତ୍ତର ଭୁବନେଶ୍ୱର ଲୁମ୍ବିନୀ ବିହାର ସ୍ଥିତ ମା’ ମଙ୍ଗଳା ବସ୍ତି ପରିଦର୍ଶନ ପାଇଁ ପହଞ୍ଚିଛନ୍ତି ବିଲ୍ ଗେଟ୍ସ । ବସ୍ତି ଲୋକଙ୍କ ଜୀବନଶୈଳୀ ବୁଲି ଦେଖିଛନ୍ତି । ଘରକୁ ଘର ଯାଇ ସେମାନଙ୍କ ବିଷୟରେ ପଚାରି ବୁଝିଛନ୍ତି । ତାଙ୍କ ସହ ସରକାରୀ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଏହାସହ ବିଲ୍ ଗେଟ୍ସ କୃଷି ଭବନ ପରିଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କୃଷିର ଉନ୍ନତି ପାଇଁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ୨୦୧୭ରେ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ଓଡ଼ିଶା ସରକାର । ଯାହାଦ୍ୱାରା କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା ।