କରଜରେ ବୁଡିଥିବା ପାକିସ୍ତାନ ପାଇଁ ସାହାଯ୍ୟର ହାତ ବଢାଇଲେ ବିଲ୍ ଗେଟସ୍ ! ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଜଣାଇଲେ ଧନ୍ୟବାଦ ।

1,085

ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଙ୍କ ପାଇଁ ଏବେ ଖରାପ ସମୟ ଚାଲିଛି । ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ଅନ୍ତଃରାଷ୍ଟ୍ରୀୟ ମଞ୍ଚରେ ନିନ୍ଦିତ ହୋଇଥିବା ପାକ୍ ପ୍ରଧାନମନ୍ତ୍ରୀ ଏବେ ଦେଶକୁ ଖୁସି ଖବର ଦେବାକୁ ଯାଉଛନ୍ତି । କରଜରେ ବୁଡିଥିବା ପାକ୍ କୁ ମାଇକ୍ରୋସଫ୍ଟ ଫାଉଣ୍ଡର ବିଲ୍ ଗେଟସ୍ ଆର୍ଥୀକ ସହାୟତା କରିବେ । ବିଲ୍ ଆଣ୍ଡ୍ ମିଲିଣ୍ଡା ଗେଟସ୍ ଫାଉଣ୍ଡେସନ୍ ତରଫରୁ ପାକ୍ କୁ ୨୦୦ ମିଲିୟନ୍ ଡଲାର ସାହାଯ୍ୟ କରାଯିବ । ଗୁରୁବାର ବିଲ୍ ଗେଟସ୍ ଙ୍କ ସହ ଇମରାନ୍ ଖାନ୍ ଏକ ଏମଓୟୁ ସାଇନ୍ କରିଛନ୍ତି । ଏହି ଟଙ୍କା ପାକ୍ ରେ ଗରିବଙ୍କୁ ନେଇ ଚାଲୁଥିବା ଅଭିଯାନ ‘ଏହସାସ୍’ ରେ ଖର୍ଚ୍ଚ କରାଯିବ । ଏହି ଫଣ୍ଡ ୨୦୨୦ ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ । ଇମରାନ୍ ଏନେଇ ବିଲ୍ ଗେଟସ୍ ଏବଂ ମିଲିଣ୍ଡା ଗେଟସ୍ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

୬ ଲକ୍ଷ କୋଟିର କରଜ ରହିଛି ପାକିସ୍ତାନ ଉପରେ :

ଦେଶକୁ ଚଲାଇବା ପାଇଁ ପାକ୍ ଲଗାତାର କରଜ ନେଉଛି । ମାର୍ଚ୍ଚ ଶେଷ ସୁଦ୍ଧା ପାକ୍ ୮୫ ବିଲିୟନ୍ ଡଲାର୍ ଅର୍ଥାତ୍ ୬ ଲକ୍ଷ କୋଟି ଟଙ୍କାର କରଜ ନେଇଛି । ପଶ୍ଚିମ ୟୁରୋପ ଏବଂ ମଧ୍ୟ ପୂର୍ବ ଦେଶମାନଙ୍କରୁ ପାକିସ୍ତାନ ଏହି କରଜ ଧାର ନେଇଛି । ଚୀନ୍୍ ସହାୟତାରେ ପାକିସ୍ତାନ ଏହି ଦେଶ ମାନଙ୍କରୁ କରଜ ନେଇଛି । ଏହାଛଡା ପାକ୍ ଅନ୍ତଃରାଷ୍ଟ୍ରୀୟ ସଂଗଠନ ଠାରୁ ମଧ୍ୟ ଲୋନ୍ ନେଇଛି ।