କନକ ବ୍ୟୁରୋ: ମିଶନ୍ ଶକ୍ତି ବଜାରରେ ବୁଲି ଦେଖିଲେ ବିଲ୍ ଗେଟ୍ସ । ଓଡିଶା ଗସ୍ତରେ ଥିବା ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ମିଶନ୍ ଶକ୍ତି ବଜାର ପହଞ୍ଚି ଏହାକୁ ବୁଲି ଦେଖିଛନ୍ତି । ଏହା ପୂର୍ବରୁ ସେ କୃଷି ଭବନରେ ପହଞ୍ଚିଥିଲେ । ଗେଟ୍ସ ଫାଉଣ୍ଡେସନ୍ ସହାୟତାରେ ବିଭିନ୍ନ ବିଭାଗରେ ଚିଲାଇଥିବା ଯୋଜନାର ସମୀକ୍ଷା କରିଥିଲେ ବିଲ ଗେଟ୍ସ । ଗେଟ୍ସ ଫାଉଣ୍ଡେସନ୍ ସହାୟତାରେ ରାଜ୍ୟରେ କାର୍ଯ୍ୟ କରୁଛି କୃଷି ସମୀକ୍ଷା କେନ୍ଦ୍ର । ସମନ୍ୱିତ ଚାଷ ପାଇଁ ଉନ୍ନତ ଜ୍ଞାନ କୌଶଳ ବାବଦରେ ସୂଚନା ଦେଉଛି ଏହି କେନ୍ଦ୍ର । ଚାଷ ସମ୍ବନ୍ଧୀୟ ସମସ୍ୟା ବାବଦରେ ଏହି କେନ୍ଦ୍ର ଚାଷୀଙ୍କୁ ସହାୟତା ଯୋଗାଉଛି । ରାଜ୍ୟରେ କୃଷିର ଉନ୍ନତି ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସହ ୨୦୧୭ ମସିହାରେ ଚୁକ୍ତି ହୋଇଥିଲା । ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଗେଟ୍ସ ଫାଉଣ୍ଡେସନ୍ ସହଯୋଗରେ ରାଜ୍ୟରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି ତାହାର ସମୀକ୍ଷା କରିଛନ୍ତି ବିଲ ଗେଟ୍ସ ।