ତୁଟିଗଲା ୨୭ ବର୍ଷର ଦାମ୍ପତ୍ୟ ଜୀବନ । ଏବେ ଅଲଗା ରହିବେ ବିଲ ଗେଟସ୍ ଓ ତାଙ୍କ ପତ୍ନୀ ମିଲିଣ୍ଡା ଗେଟସ୍

345

କନକ ବ୍ୟୁରୋ : ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ ଗେଟସ୍ ଓ ତାଙ୍କ ପତ୍ନୀ ମିଲିଣ୍ଡା ଗେଟସ୍ ବିବାହର ୨୭ ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନେ କହିଛନ୍ତି କି ‘ଆମକୁ ଲାଗୁ ନାହିଁ କି, ଆଉ ଆମେ ଦମ୍ପତି ଭାବେ ଜୀବନକୁ ଆଗକୁ ବଢାଇ ପାରିବୁ’ । ହେଲେ ଦୁନିଆର ସବୁଠାରୁ ବଡ ଘରୋଇ ବିଲ୍ ଆଣ୍ଡ ମିଲିଣ୍ଡା ଗେଟସ୍ ଫାଉଣ୍ଡେସନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବୁ ।

କହିରଖୁ କି ବିଶ୍ୱର ସବୁଠାରୁ ଧନୀ ଦମ୍ପତି ବିଲ୍ ଓ ମିଲିଣ୍ଡାଙ୍କ ମୋଟ ସଂପତିର ପରିମାଣ ୧୩୦ ବିଲିୟନ ଡଲାର ହେବ ବୋଲି ଅନୁମାନ କରାଯାଉଛି । ସେମାନଙ୍କ ଦ୍ୱାରା ପରିଚାଳିତ ଆଣ୍ଡ ମିଲିଣ୍ଡା ଗେଟସ୍ ଫାଉଣ୍ଡେସନ ମାଧ୍ୟମରେ ସେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି ବୋଲି କୁହାଯାଉଛି ।

ଏନେଇ ଉଭୟ କହିଛନ୍ତି କି ବହୁ ବିଚାର ବିମର୍ଷ ପରେ ସେମାନେ ଏଭଳି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେମାନେ ଟ୍ୱିଟର ଯୋଗେ କହିଛନ୍ତି କି ଆମେ ଆମର ୩ ଟି ପିଲାଙ୍କୁ ଠିକରେ ଲାଳନ ପାଳନ କରିଛୁ ଓ ଦୁନିଆର ଲୋକ କିଭଳି ଭାବେ ସୁସ୍ଥ ଓ ସୁନ୍ଦର ଜୀବନ ଅତିବାହିତ କରିବେ ସେ ନେଇ କାମ କରୁଛୁ ।

ବିଲ ଏବଂ ମିରିଣ୍ଡା ଉଭୟ ଉଭୟଙ୍କୁ ୧୯୮୦ ମସିହାରେ ମାଇକ୍ରୋସଫ୍ଟ କାର୍ଯ୍ୟାଳୟରେ ଭେଟିଥିଲେ । ମିଲିଣ୍ଡା ସେତେବେଳେ ମାଇକ୍ରୋସଫ୍ଟରେ ଯୋଗ ଦେଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଓ ସେମାନେ ୧୯୯୪ ମସିହାରେ ବିବାହ କରିଥିଲେ । ବିଲଙ୍କୁ ଏବେ ୬୫ ବର୍ଷ ହୋଇଥିବା ବେଳେ ମିଲିଣ୍ଡା ୫୬ ବର୍ଷରେ ପଦାର୍ପଣ କରିଛନ୍ତି ।