କନକ ବ୍ୟୁରୋ : ଗୁଜରାଟର ବହୁ ଚର୍ଚ୍ଚିତ ବିଲକିସ ବାନୋ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପୁଣି ଜେଲରୁ ଛାଡ ପାଇଥିବା ୧୧ ଜଣ ଦୋଷୀଙ୍କ ବିରୋଧରେ ହୋଇଥିବା ଆବେଦନ ଉପରେ ଆଜି ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହୋଇଛି । ଶୁଣାଣି ପରେ କୋର୍ଟ ଉଭୟ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହେବ ବୋଲି କୋର୍ଟ କହିଛନ୍ତି । ସୂଚନା ଥାଉକି ବିଲକିସଙ୍କୁ ଦୁଷ୍କର୍ମ ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଅପରାଧରେ କୋର୍ଟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା । ଏହାର କିଛିବର୍ଷ ପରେ ଗୁଜରାଟ ସରକାର ସମ୍ବିଧାନ ପ୍ରଦତ୍ତ ଅଧିକାର ବଳରେ ଏହି ଦୋଷୀମାନଙ୍କୁ ଛାଡ କରିଛନ୍ତି । ଗୁଜରାଟ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ସାରା ଦେଶ ସାମଲୋଚନା କରୁଛି  । କେବଳ ବିରୋଧୀ ନୁହଁନ୍ତି ବରଂ କିଛି ବିଜେପି ନେତା ବି ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତି ବରୋଧରେ ସ୍ୱର ଉଠାଇଛନ୍ତି ।

Advertisment

ଏହାପରେ ଗୁଜରାଟ ସରକାରଙ୍କର ଏଭଳି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ସମାଜସେବୀ ତଥା ସିପିଆଇ(ଏମ) ନେତ୍ରୀ ସୁଭାଷୀନି ଅଲ୍ଲୀଙ୍କ ସମେତ ୪ ଜଣ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏନେଇ ଆଜି କୋର୍ଟ ଶୁଣାଣି କରି କହିଛନ୍ତି କି ପ୍ରଥମ ଦେଖିବାକୁ ପଡିବ ଗୁଜରାଟ ସରକାରଙ୍କ ନିୟମ ମୁତାବକ ଏହି ଦୋଷୀମାନଙ୍କୁ ଛାଡ କରାଯିବା ଉଚିତ୍ କି ନୁହେଁ । ଏହାସହ ସୁପ୍ରିମକୋର୍ଟ ଏନେଇ କେନ୍ଦ୍ର ଓ ଗୁଜୁରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

୨୦୦୨ ଗୁଜରାଟ ଗୋଦ୍ଧ୍ରା ଦଙ୍ଗା ପରେ ବିଲକିସ୍ ବାନୋଙ୍କ ସହ ଗଣ ଦୁଷ୍କର୍ମ କରାଯାଇଥିବା ବେଳେ ତାଙ୍କ ପରିବାରର ୭ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ୨୦୦୮ ମସିହାରେ ଦୋଷୀମାନଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏହାପରେ ଦୋଷୀମାନଙ୍କ ମଧ୍ୟରୁ ଜଣେ ସୁପ୍ରିମକୋର୍ଟରେ ଛାଡ ପାଇବାକୁ ଆବେଦନ କରିଥିବା ବେଳେ କୋର୍ଟ ଛାଡ ନିଷ୍ପତ୍ତିକୁ ଗୁଜରାଟ ସରକାରଙ୍କ ଉପରେ ଛାଡି ଦେଇଥିଲେ । ଏନେଇ ଗୁଜରାଟ ସରକାର ଏକ କମିଟି ଗଠନ କରିଥିଲେ । ଏହି କମିଟିର ରିପୋର୍ଟ ଆଧାରରେ ସମସ୍ତ ଦୋଷୀଙ୍କୁ ଛାଡି ଦିଆଯାଇଥିଲା ।