ବିଲକିସ ବାନୋ ମାମଲାରେ ସୁପ୍ରିମ ରାୟ । ପୁଣି ଥରେ ଜେଲକୁ ଫେରିବେ ମୁକୁଥିବା ୧୧ ଦୋଷୀ

266

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଗୁଜରାଟ ବିଲକିସ ବାନୋ ଗଣଦୁର୍ଷ୍କମ ମାମଲାରେ ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି । ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି ମିଳିବା ଉଚିତ ନୁହେଁ କହି ପୀଡିତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି କୋର୍ଟ । କୋର୍ଟଙ୍କ ରାୟ ଆସିବା ପରେ ମୁକୁଳିଥିବା ୧୧ଜଣ ଦୋଷୀ ପୁଣି ଜେଲକୁ ଫେରିବେ । ୨ ସପ୍ତାହ ମଧ୍ୟରେ ଆତ୍ମସମପର୍ଣ କରିବାକୁ ଦୋଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ନିକଟରେ ଗୁଜରାଟ ସରକାର ସମସ୍ତ ଦୋଷୀଙ୍କୁ ସମୟ ପୂର୍ବରୁ ଜେଲରୁ ମୁକ୍ତି ଦେଇଥିଲେ । ଯାହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଲକିସ ବାନୋ   ।

ଅଗଷ୍ଟ ୨୦୨୨ରେ ଗୁଜରାଟ ସରକାର ବିଲକିସ ବାନୋ ଗଣଦୁର୍ଷ୍କମ ମାମଲାରେ ଆଜୀବନ କାରାଦଣ୍ଡ ପାଇଥିବା ୧୧ଜଣ ଦୋଷୀଙ୍କୁ ମୁକ୍ତ କରିଥିଲେ । ସମୟ ପୂର୍ବରୁ ମୁକ୍ତି ନେଇ ନଭେମ୍ବର ୩୦ରେ ସୁପ୍ରିମକୋର୍ଟରେ ଦୁଇଟି ଆବେଦନ କରାଯାଇଥିଲା । ପ୍ରଥମ ଆବେଦନରେ ଦୋଷୀଙ୍କୁ ମୁକ୍ତିକୁ ବିରୋଧ କରି ଜେଲ ପଠାଇବାକୁ ଆବେଦନ କରାଯାଇଥିଲା । ୨ୟ ଆବେଦନରେ ସୁପ୍ରିମକୋର୍ଟଙ୍କ ଆଦେଶର ପୁର୍ନବିଚା ପାଇଁ ଦାବି କରାଯାଇଥିଲା । ୨୦୨୩ରେ ଗୁଜରାଟ ସରକାର ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତି ନେବେ ବୋଲି କୋର୍ଟ କହିଥିଲେ । ଆବେଦନ ଉପରେ ଶୁଣାଣୀ କରି ଜଷ୍ଟିସ ବି,ଭି ନାଗରତ୍ନା ଓ ଜଷ୍ଟିସ ଉଜ୍ୱଳ ଭୂୟାଁଙ୍କ ଦ୍ୱାରା ଗଠିତ ବେଂଚ ୧୨ ଅକ୍ଟୋବରରେ ରାୟ ସଂରକ୍ଷିତ ରଖିଥିଲେ ।

୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ପରିବାରର ୭ଜଣଙ୍କ ନିର୍ମମ ହତ୍ୟା କରାଯାଇଥିଲା । ସେ ସମୟରେ ବିଲକିସଙ୍କ ବୟସ ୨୧ର୍ଷ ଥିଲା ଓ ସେ ୫ମାସର ଗର୍ଭବତୀ ଥିଲେ । ମାମଲାରେ ମୁମ୍ବାଇ ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୦୦୮ ଜାନୁଆରୀ ୨୧ରେ ୧୧ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡର ଦଣ୍ଡିତ କରିଥିଲେ । ବମ୍ବେ ହାଇକୋର୍ଟ ମଧ୍ୟ ଏହାକୁ ସମର୍ଥନ କରିଥିଲେ ।