କନକ ବ୍ୟୁରୋ: ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ତଥା ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ମନ୍ତ୍ରାଳୟ ଛାଡିବା ନେଇ ଚେତାବନୀ ଦେଇଛନ୍ତି । ଶାହବାଜ ସରକାରରେ ପିପିପି ପ୍ରମୁଖ ଦଳ । ରବିବାର କରାଚୀର ବନ୍ୟା ପ୍ରଭାବିତ କୃଷକଙ୍କୁ ସମ୍ବୋଧନ ବେଳେ ଜର୍ଦ୍ଦାରୀ କହିଛନ୍ତି, ବନ୍ୟାରେ ପିଡୀତ ଲୋକଙ୍କ ଦିଆଯାଇଥିବା କଥା ରଖିବା ଜରୁରୀ । ଯଦି ଏହା ନ ହୁଏ ତେବେ ମୋ ପାଇଁ ମନ୍ତ୍ରାଳୟ ସମ୍ଭାଳିବା କଠିନ ହୋଇପଡିବ । କାର୍ଯ୍ୟକ୍ରମରେ ବନ୍ୟା ପ୍ରଭାବିତଙ୍କ ପାଇଁ ବିଆଇଏସପି ସବସିଡିର ଉଦଘାଟନ କରାଯାଇଥିଲା ।

Advertisment

କାର୍ଯ୍ୟକ୍ରମରେ ବିଲାୱଲ ଗମ୍ଭୀର ଚିନ୍ତା ପ୍ରକାଶ କରିଥିଲେ । ସେ କହିଥିଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବନ୍ୟା ପ୍ରପିଡୀତଙ୍କ ପାଇଁ ଦିଆଯାଇଥିବା କଥା ପୂର୍ଣ୍ଣ କରାଯାଇନାହିଁ । ଦେଶରେ ବଢୁଥିବା ଦରଦାମ ଭିତରେ ବନ୍ୟା ଲୋକଙ୍କ ଅଡୁଆକୁ ବଢାଇଦେଇଛି । ସେ କହିଥିଲେ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଦଳ ଏହି ସମସ୍ୟାକୁ ସଂସଦ ତଥା ପ୍ରଧାନମନ୍ତ୍ରୀଙ୍କ ଆଗରେ ନିହାତି ଉପସ୍ଥାପନ କରିବ ।