ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଘେରିଲେ ପିପିପି ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ : କହିଲେ, ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଉପରେ କାହିଁକି ନିଆଯାଉନି କାର୍ଯ୍ୟାନୁଷ୍ଠାନ

377

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଘେରିଲେ ପାକିସ୍ତାନ ପିପୁଲ୍ସ ପାର୍ଟି ବା ପିପିପି ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ । ପୁଲୱାମା ଆତଙ୍କବାଦୀ ହମଲାକୁ ନେଇ ବିଲାବଲ ଇମ୍ରାନ ଖାନଙ୍କୁ ଘେରିବା ସହ ପ୍ରଶ୍ନ କରିଛନ୍ତି ଯେ, ଯଦି ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଫାଶୀ ଖୁଂଟରେ ଝୁଲାଇ ଦିଆଯିବା ସମ୍ଭବ ହେଇପାରୁଛି ତାହେଲେ ଦୋଷୀ ସଙ୍ଗଠନ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନି । କାହିଁକି ସେମାନଙ୍କ ଉପରେ ରୋକ ଲଗାଯାଉନି । ଏହି ପ୍ରକାର କାର୍ଯ୍ୟାନୁଷ୍ଠାନ କେବଳ ବିରୋଧୀଙ୍କ ଉପରେ ହିଁ ହୋଇଥାଏ, କିନ୍ତୁ ପ୍ରତିବନ୍ଧିତ ସଙ୍ଗଠନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ମୋର ନାସ୍ତା ପାଇଁ ସଂଯୁକ୍ତ ଯାଂଚ ଟିମ ଗଠନ କରିଦିଆଯାଉଛି କିନ୍ତୁ ପ୍ରତିବନ୍ଧିତ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କାହିଁକି ଯାଂଚ ଟିମ ଗଠନ କରାଯାଉନାହିଁ ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ପାକିସ୍ତାନ ସଂସଦରେ ବିଲାବଲ ଭୁଟ୍ଟୋ ଏହା କହିଛନ୍ତି । ପୁଲୱାମା ଆକ୍ରମଣ ଘଟଣା ପରେ ପାକିସ୍ତାନର ଦୋମୁହାଁ ନୀତିକୁ ନେଇ ପାକିସ୍ତାନରେ ହିଁ ଇମ୍ରାନ ଖାନଙ୍କୁ ବିଭିନ୍ନ ନେତା ଘେରୁଥିବାର ଦେଖିବାକୁ ମିଳୁଛି ।