କନକ ବ୍ୟୁରୋ: ଦୀର୍ଘ ୫ ବର୍ଷ ପରେ ରୁଷ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ମସ୍କୋରେ ୨୨ ତମ ରୁଷ ଭାରତ ଶିଖର ସମ୍ମିଳନୀରେ ସାମିଲ ହେବେ । ଦ୍ୱିପାକ୍ଷିକ ବୈଠକରେ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଶକ୍ତି, ପ୍ରତିରକ୍ଷା, ପୁଞ୍ଜିନିବେଶ, ବାଣିଜ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ପର୍ୟ୍ୟଟନ କ୍ଷେତ୍ର ଉପରେ ଆଲୋଚନା ହେବ । ଏହାଛଡ଼ା ରୁଷ ସେନାରେ ୟୁକ୍ରେନ ସହ ଯୁଦ୍ଧ ଲଢୁଥିବା ଭାରତୀୟଙ୍କୁ ମୁକ୍ତ କରିବା ପ୍ରସଙ୍ଗ ଉଠାଇ ପାରନ୍ତି ପ୍ରଧାନମନ୍ତ୍ରୀ ।
ଏହା ପୂର୍ବରୁ ଦୁଇ ନେତା ୨୦୨୨ ମସିହାରେ ସମରକନ୍ଦରେ ହୋଇଥିବା ଏସସିଓ ସମ୍ମିଳନୀରେ ସାମିଲ ହୋଇଥିଲେ । ସେହି ସମୟରେ ପୁଟିନଙ୍କୁ ଏହା ଯୁଦ୍ଧର ଯୁଗ ନୁହେଁ, ଆଲୋଚନା ଜରିଆରେ ୟୁକ୍ରେନ ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ ମୋଦୀ । ରୁଷରେ ଗତକାଲି ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏୟାରପୋର୍ଟରେ ଗାର୍ଡଅଫ ଅନର ଦିଆଯାଇ ଭବ୍ୟ ସ୍ବାଗତ କରାଯାଇଥିଲେ । ଏହାପରେ ରୁଷ ରାଷ୍ଟ୍ରପତିଙ୍କ ବାସଭବନରେ ପୁଟିନଙ୍କୁ ସାକ୍ଷାତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।
୫ ବର୍ଷ ପରେ ଋଷ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ୨୨ ତମ ଭାରତ-ଋଷ ଶିଖର ସମ୍ମିଳନୀରେ ପୁଟିନଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା ।
/kanak/media/post_attachments/wp-content/uploads/2024/07/4-9.jpg)