କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମ କେଶରୀ ଆରୁଖ । କହିଲେ, ଯାହା ବି ଦାୟିତ୍ୱ ମିଳିବ ସୂଚାରୁ ରୂପେ ତୁଲାଇବି । ଥରେ ନଜର ପକାନ୍ତୁ ତାଙ୍କ ରାଜନୈତିକ କ୍ୟାରିୟର ଉପରେ ।

215

କନକ ବ୍ୟୁରୋ : ନବୀନଙ୍କ ନୂଆ ଟିମ୍ । ଶପଥ ନେଲେ ୩ ନୂଆ ମନ୍ତ୍ରୀ । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଏବଂ ଶାରଦା ନାୟକ । ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତିରେ ଶପଥ ନେଇଛନ୍ତି ୩ ମନ୍ତ୍ରୀ ।
କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ବିକ୍ରମ କେଶରୀ ଆରୁଖ କହିଛନ୍ତି ମନ୍ତ୍ରୀମଣ୍ଡଳରେ ମୋତେ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଶପଥ ଗ୍ରହଣ ଉତ୍ସବ ସରିଛି । ଯେଉଁ ବିଭାଗର ଦାୟିତ୍ୱ ମିଳିବ ସେ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମକୁ କିଭଳି ଜନସାଧାରଣଙ୍କ ନିକଟରେ ପହଞ୍ଚା ଯାଇପାରିବ ସେ ଦିଗରେ କାର୍ଯ୍ୟ କରିବି । ଦଳ ଯାହା ଦାୟିତ୍ୱ ଦେବ ତାହାକୁ ସୁଚାରୁୁ ରୂପେ ତୁଲାଇବି ବୋଲି କହିଛନ୍ତି ବିକ୍ରମ କେଶରୀ ଆରୁଖ ।

ବିକ୍ରମ କେଶରୀ ଆରୁଖଙ୍କ ରାଜନୈତିକ କ୍ୟାରିୟର

ଭଂଜନଗରରୁ କ୍ରମାଗତ ୬ ଥର ବିଧାୟକ
୧୯୯୫ରେ ଜନତା ଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ
୨୦୦୦. ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ
ସଂସଦୀୟ ବ୍ୟାପାର, ସୂଚନା ଓ ଲୋକସଂପର୍କ, ଜଙ୍ଗଲ ଓ ପରିବେଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ
ଜୁନ ୨୦୨୨ରେ ବାଚସ୍ପତି ନିର୍ବାଚିତ ହୋଇଥିଲେ ବିକ୍ରମ ଆରୁଖ
ମେ’ ୧୨, ୨୦୨୩ରେ ବାଚସ୍ପତି ପଦରୁ ସେ ଇସ୍ତଫା ଦେଇଥିଲେ