ପୋଲିସ୍ ଡାଳରେ କୁ ଲୋକ ପତରେ ... ! ଟ୍ରାଫିକ୍ ନିୟମକୁ କଡାକଡି କଲେ କ’ଣ ହେବ ଲୋକ ତାଙ୍କ ସୁବିଧା ବାଟକୁ କେଉଁପଟୁ କାଢୁଛନ୍ତି ଥରେ ନଜର ପକାନ୍ତୁ ।  

ପୋଲିସ୍ ଡାଳରେ କୁ ଲୋକ ପତରେ ... ! ଟ୍ରାଫିକ୍ ନିୟମକୁ କଡାକଡି କଲେ କ’ଣ ହେବ ଲୋକ ତାଙ୍କ ସୁବିଧା ବାଟକୁ କେଉଁପଟୁ କାଢୁଛନ୍ତି ଥରେ ନଜର ପକାନ୍ତୁ ।  

ପୋଲିସ୍ ଡାଳରେ କୁ ଲୋକ ପତରେ ... ! 

ପୋଲିସ୍ ଡାଳରେ କୁ ଲୋକ ପତରେ ...  

ଦେଶରେ ସରକାରନୂଆ ମୋଟର୍ ଯାନ ଆଇନକୁ ମଞ୍ଜୁରୀ ଦେଲାପରେ ଆକ୍ସନକୁ ଆସିଯାଇଛନ୍ତି ଟ୍ରାଫିକ୍ ପୋଲିସ୍ । ଆଉ ଟ୍ରାଫିକ୍ ପୋଲିସର ଏଭଳି କଠୋର ରୁପକୁ ସହ୍ୟ କରିପାରୁନାହାନ୍ତି ସାଧାରଣ ଜନତା । ସୋସିଆଲ୍ ମିଡିଆରେ ଲୋକମାନେ ଏନେଇ ଭିନ୍ନ ଭିନ୍ନ ମିମ୍ କରିବା ସହ ଏହି ନିୟମ ଏବଂ ଲୋକଙ୍କ ଅବସ୍ଥାକୁ ନେଇ ମଜାଳିଆ ଢଙ୍ଗରେ ଉପସ୍ଥାପନ କରୁଛନ୍ତି । ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଲୋକଙ୍କ ଅସନ୍ତୋଷକୁ ନେଇ ସୋସିଆଲ୍ ମିଡିଆରେ ବ୍ୟଙ୍ଗର ବର୍ଷା ହେବା ଆରମ୍ଭ ହୋଇଯାଇଛି । ଯେଉଁଥିରେ ଲୋକମାନେ ବଢୁଥିବା ଜରିମାନାକୁ ନିଜ ନିଜ ଅନ୍ଦାଜରେ ବିରୋଧ କରୁଥିବା ଦେଖାଦେଉଛନ୍ତି ।

ନୂଆ ଟ୍ରାଫିକ୍ ନିୟମ ଘୋଷଣା ହେବା ପରେ ସୋସିଆଲ୍ ମିଡିଆରେ ଏନେଇ ବିଭିନ୍ନ ଭିଡିଓ ଭାଇରାଲ୍ ହେଉଛି । ଯାହା ପ୍ରକୃତରେ ଖୁବ୍ ପୁରୁଣା ଭିଡିଓ କିନ୍ତୁ ନୂଆ ନିୟମ ଲାଗୁ ହେବା ପରେ ଏହି ଭିଡିଓ ଏବେ ଟ୍ରେଣ୍ଡ୍ ରେ ରହିଛି । ଲୋକମାନେ କିଭଳି ଜନଗହଳି ପୂର୍ଣ୍ଣ ସଡକରେ ବିନା ହେଲମେଟରେ ଯାତାୟତ କରୁଛନ୍ତି ଏବଂ ଟ୍ରାଫିକ୍ ପୋଲିସକୁ ଦେଖି କିଭଳି ବାଇକ୍ ରୁ ଓହ୍ଲାଇ ଚାଲି ଚାଲି ଯାଉଛନ୍ତି ଏହି ଭିଡିଓ ଏବେ ଭାଇରାଲ୍ ହେଉଛି । ତେବେ ଏହି ଗୋଟିଏ ଭିଡିଓ ନୁହଁ ନିୟମ ଭାଙ୍ଗି ଜଣେ ଯୁବକ କିଭଳି ସ୍କୁଟି ଧରି ରାସ୍ତାରେ ଦୌଡାଉଛନ୍ତି ଏବଂ ତାଙ୍କ ପଛରେ ପୋଲିସ୍ ଗାଡି ଯୁବକଙ୍କୁ ଧରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହେଉଛି ତାହା ଗୋଟିଏ ଭିଡିଓରେ ଆପଣ ଦେଖିପାରିବେ । ଆଇପିଏସ୍ ଅଧିକାରୀ ପଙ୍କଜ୍ ନେନ୍  ନିଜ ଟ୍ୱିଟର ଆକାଉଣ୍ଟ୍ ରେ ଲେଖିଛନ୍ତି , ଟ୍ରାଫିକ୍ ଚାଲାଣରୁ ବର୍ତ୍ତିବା ପାଇଁ ଭାରତର ଜନତା କିଭଳି ଯୋଗାଡ ଲଗାଇବାରେ ସମସ୍ତଙ୍କୁ ଫେଲ୍ କରିଦେବେ ତାହା ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe