କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ବଡ ତ୍ରୁଟି । ଶାହାଙ୍କ କାରକେଡକୁ ପିଛା କରିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ରାଂଚି ପୁଲିସଙ୍କ ମତରେ ଆଜି ସକାଳୁ ରାଂଚି ବିମାନବନ୍ଦରରୁ ଶାହା କାର୍ୟ୍ୟକ୍ରମ ସ୍ଥଳକୁ ଯାଉଥିବା ସମୟରେ ଦୁଇ ମଦ୍ୟପ ତାଙ୍କ କାରକେଡକୁ ପିଛା କରିଥିଲେ । ସନ୍ଦେହ ପ୍ରକାଶ ପାଇବା ପରେ ପ୍ରଥମେ ଜେରା ଓ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ତେବେ କଡ଼ା ସୁରକ୍ଷା ବ୍ୟବସ୍ଥା କାରଣରୁ କାରକେଡ ଭିତରକୁ ପଶିବା ଉଦ୍ୟମ କରି ଉଭୟ ଫେଲ ମାରିଥିଲେ । ପୂରା ଘଟଣା ବାବଦରେ ସୂଚନା ଦେଇଛନ୍ତି ପୁଲିସ ଡିଏସପି ପ୍ରମୋଦ କୁମାର ମିଶ୍ର
ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ବଡ଼ ତୃଟି । ଶାହାଙ୍କ କାରକେଡକୁ ପିଛା କରି ମଦ୍ୟପ ଯୁବକ ଗିରଫ, ବିମାନବନ୍ଦରରୁ ରାଂଚି କାର୍ଯ୍ୟକ୍ରମ ସ୍ଥଳ ଯାଏଁ କରିଥିଲେ ପିଛା
/kanak/media/post_attachments/wp-content/uploads/2024/07/2-38.jpg)