କରୋନାରୁ ବର୍ତ୍ତିବା ପାଇଁ ଯୁବକଙ୍କ ଗଜବ ଯୁଗାଡ । ବାଇକରେ କିଛି ଏମିତି କଲେ, ଦେଖିଲେ ନହସି ରହିପାରିବେନି ।

230

କନକ ବ୍ୟୁରୋ : ସାରା ଦେଶ କରୋନା ସଂକ୍ରମଣ ସହ ଲଢେଇ କରୁଛି । ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଲକଡାଉନ୍, ସଟଡାଉନ୍ ଭଳି ଅନେକ କଟକଣା ମଧ୍ୟ ଜାରି କରାଯାଉଛି । ଆଉ କରୋନାରୁ ବର୍ତିବା ପାଇଁ ଲୋକେ ମୁହଁରେ ମାସ୍କ ପିନ୍ଧୁଛନ୍ତି । ସାମାଜିକ ଦୂରତା ରକ୍ଷା କରୁଛନ୍ତି । ଏବଂ ସରକାରଙ୍କ ଦ୍ୱାରା ଜାରି କରାଯାଉଥିବା କୋଭିଡର ସମସ୍ତ ନିୟମକୁ ପାଳନ କରୁଛନ୍ତି । କିନ୍ତୁ ଏହାରି ଭିତରେ ଜଣେ ଯୁବକ ଏମିତି ଏକ ଯୁଗାଡ କରିଛନ୍ତି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି, ସାମାଜିକ ଦୂରତା ରଖିବା ପାଇଁ ଜଣେ ଯୁବକ ନିଆରା ଯୁଗାଡ କରିଛନ୍ତି । ବାଇକରେ ଏକ ଚେୟାର ପଛରେ ଲଗାଇ ଦୂରରେ ଦୂରରେ ବସିଛନ୍ତି ଦୁଇ ଯୁବକ । ଏମିକି କି ପୂରା ବାଇକକୁ ପ୍ଲାଷ୍ଟିକରେ କଭର କରାଯାଇଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଅନେକ ମଜାଦାର କମେଂଟ କରୁଛନ୍ତି ।

Comments are closed.