ରାଜଧାନୀରେ ମାତିଛନ୍ତି ବୁଲେଟ୍ ଲୁଟେରା : ଗାଡ଼ି ତାଲା ଭାଙ୍ଗି ବୁଲେଟ୍ ଗଡ଼େଇ ଗଡ଼େଇ ନେଉଥିବାର ଦୃଶ୍ୟ ଭାଇରାଲ

201

କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ବୁଲେଟ୍ ଲୁଟେରା । ନୟାପଲ୍ଲୀ ଅଞ୍ଚଳରୁ ଜଣେ ଲୁଟେରା ବୁଲେଟ୍ ଚୋରି କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଲୁଟେରା ଜଣକ ଗାଡ଼ି ତାଲା ଭାଙ୍ଗି ବୁଲେଟ୍ ଗଡ଼େଇ ଗଡ଼େଇ ନେଉଥିବାର ଦୃଶ୍ୟ ଭାଇରାଲ ହୋଇଛି । ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ।

ମୁହଁରେ କପଡ଼ା ବାନ୍ଧିିଥିବା ବେଳେ ବହାରପଟୁ ଘରର କବାଟ ବନ୍ଦ କରି ଚୋରି କରିଥିଲା ଚୋର । ଭଡ଼ାରେ ରହୁଥିବା ଅମିତ୍ ପଣ୍ଡାଙ୍କ ବାଇକ୍ ଚୋରି ହୋଇଛି । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ଚୋରୀ କରିବା ପୂର୍ବରୁ ଘର ଚାରିପଟେ ବୁଲି ଦେଖିଥିଲା ଚୋର । ଘଣ୍ଟାଏରୁ ଅଧିକ ସମୟ ପର୍ଯ୍ୟନ୍ତ ଗାଡ଼ି ଲକ୍ ଭାଙ୍ଗିବା ପରେ ଗାଡ଼ିକୁ ଗଡ଼େଇ ଗଡ଼େଇ ନେଇଥିଲା ଚୋର ।