କନକ ବ୍ୟୁରୋ: ଅମାନିଆ ହେଉଥିଲେ, ଫଳ ଭୋଗିଲେ । ଟ୍ରେନ୍ ଧକ୍କାରେ ବାଇକ୍ ଚୁରମାର ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛି ଜୀବନ । ଏ ଦୃଶ୍ୟ ହେଉଛି ବାଲେଶ୍ୱର ବସ୍ତା ରେଳ ଷ୍ଟେସନର ଦକ୍ଷିଣ କ୍ୟାବିନ ନିକଟରେ ଥିବା ରେଳ ଫାଟକର । ଟ୍ରେନ ଆସୁଥିବାରୁ ଗେଟ୍ ପଡ଼ିଛି । କିନ୍ତୁ ଏହାକୁ ଖାତିର କରୁନାହାନ୍ତି ଲୋକେ । ଅନେକ ଲୋକ ଅମାନିଆ ହୋଇ ଫାଟକ ଡେଇଁ ରେଳ ଧାରଣା ପାର ହେଉଛନ୍ତିି । ଜଣେ ଯୁବକ ଗେଟ ଡେଇଁ ରେଳ ଫାଟକ ଅତିକ୍ରମ କରିବା ବେଳେ ଟ୍ରେନ ଲାଇନ ଉପରେ ବାଇକରୁ ଖସିପଡ଼ିଥିଲେ । ବାଇକକୁ ଉଠାଇବାକୁ ଚେଷ୍ଟା କରିଥିଲେ ବି ଏହା ସମ୍ଭବ ହୋଇନଥିଲା । କିଛି ସେକେଣ୍ଡ ମଧ୍ୟରେ ଦୃତ ଗତିରେ ଆସୁଥିବା ଟ୍ରେନ୍ ତାଙ୍କ ବାଇକ୍ ଉପରେ ମାଡ଼ି ଯାଇଥିଲା । ତେବେ ବାଇକ୍ ଛାଡ଼ି ଦୌଡ଼ି ପଳାଇବାରୁ ବର୍ତିଯାଇଛି ଯୁବକଙ୍କ ଜୀବନ ।
ଟ୍ରେନ ସହ ବାଇକ୍ ଧକ୍କା ହେବାର ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏହି ଦୁର୍ଘଟଣା ପରେ ଫେରାର ହୋଇଯାଇଛନ୍ତି ଯୁବକ । ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍କୁ ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/12.jpg)