ସକାଳୁ ସକାଳୁ ଅମାନିଆ ଚାଳକଙ୍କୁ ସାବାଡ କଲା ପୋଲିସ୍; ୧୦୦ରୁ ଅଧିକ ବାଇକ୍ ଓ ୧୦ ଟି ଚାରି ଚକିଆ ଗାଡି ଜବତ; ବାଇକ ଚାଳକଙ୍କଠୁ ୨ ହଜାର ଓ ଚାରି ଚକିଆଙ୍କ ନିକଟରୁ ଆଦାୟ ହେବ ୫ ହଜାର ଟଙ୍କାର ଜରିମାନା

ଭଦ୍ରକରେ ଲକଡାଉନ କଟକଣାକୁ କଡାକଡି କଲା ପ୍ରଶାସନ

561

କନକ ବ୍ୟୁରୋ: ଭଦ୍ରକ ସହରରେ ଲକ୍ ଡ଼ାଉନ କଟକଣାକୁ କଡ଼ାକଡ଼ି କଲା ସ୍ଥାନୀୟ ପ୍ରଶାସନ । ସକାଳୁ ସକାଳୁ ଅମାନିଆ ଚାଳକଙ୍କୁ ସାବାଡ଼ କଲା ପୋଲିସ । ଶହେରୁ ଅଧିକ ବାଇକ୍, ୧୦ଟି ଚାରି ଚକିଆ ଯାନ ଜବତ କଲା ପୋଲିସ । ଜବତ ବାଇକ ଚାଳକଙ୍କ ନିକଟରୁ ୨ ହଜାର ଟଙ୍କା, ଚାରି ଚକିଆ ଯାନ ଚାଳକଙ୍କ ନିକଟରୁ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ପୋଲିସ ପକ୍ଷରୁ କୁହାଯାଇଛି । ଗତକାଲି ନିୟମ ଉଲଘଂନକାରୀଙ୍କ ନିକଟରୁ ମୋଟା ଅଙ୍କର ଜୋରିମାନା ଆଦାୟ ହେବ ବୋଲି ପୋଲିସ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଥିଲା । ତଥାବି ଆଜି ସକାଳୁ ସକାଳୁ ଲୋକଙ୍କୁ ରାସ୍ତାରେ ଦେଖିବାକୁ ମିଳିଥିଲା ।

ଅନ୍ୟପଟେ, କରୋନା ମୁକାବିଲା ପାଇଁ ପୁରୀ ଜିଲ୍ଲା ସୀମାବର୍ତ୍ତୀ ଅଂଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ପୁରୀ ଜିଲ୍ଲାର ସୀମାବର୍ତ୍ତୀ ଅଂଚଳ କୁହାଯାଉଥିବା ଶିଖରଘାଟ ବ୍ରିଜ ନିକଟରେ ପୁରୀ , ଜଗତସିଂହପୁର ଓ କଟକ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ସିଲ କରିଛି କାକଟପୁର ପୋଲିସ । ଏହି ରାସ୍ତା ଦେଇ ଏହି ୩ଟି ଜିଲ୍ଲାକୁ ଯାତାୟତ କରୁଥିବା ସମସ୍ତ ଗାଡି ଓ ଯାତ୍ରୀଙ୍କ ଉପରେ ସିସିଟିଭି ଦ୍ୱାରା ନଜର ରଖାଯାଇଛି । ଯାତାୟତ କରୁଥିବା ସମସ୍ତ ଗାଡି ଓ ଯାତ୍ରୀଙ୍କ ଉପରେ ସିସିଟିଭି ଦ୍ୱାରା ନଜର ରଖାଯାଇଛି । ଗେଟ ପାସ ସମୟରେ ଜରୁରୀକାଳୀନ ଗାଡି ଓ ଲୋକଙ୍କୁ ଛଡାଯାଉଛି ।