କନକ ବ୍ୟୁରୋ: ଭଦ୍ରକ ସହରରେ ଲକ୍ ଡ଼ାଉନ କଟକଣାକୁ କଡ଼ାକଡ଼ି କଲା ସ୍ଥାନୀୟ ପ୍ରଶାସନ । ସକାଳୁ ସକାଳୁ ଅମାନିଆ ଚାଳକଙ୍କୁ ସାବାଡ଼ କଲା ପୋଲିସ । ଶହେରୁ ଅଧିକ ବାଇକ୍, ୧୦ଟି ଚାରି ଚକିଆ ଯାନ ଜବତ କଲା ପୋଲିସ । ଜବତ ବାଇକ ଚାଳକଙ୍କ ନିକଟରୁ ୨ ହଜାର ଟଙ୍କା, ଚାରି ଚକିଆ ଯାନ ଚାଳକଙ୍କ ନିକଟରୁ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ପୋଲିସ ପକ୍ଷରୁ କୁହାଯାଇଛି । ଗତକାଲି ନିୟମ ଉଲଘଂନକାରୀଙ୍କ ନିକଟରୁ ମୋଟା ଅଙ୍କର ଜୋରିମାନା ଆଦାୟ ହେବ ବୋଲି ପୋଲିସ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଥିଲା । ତଥାବି ଆଜି ସକାଳୁ ସକାଳୁ ଲୋକଙ୍କୁ ରାସ୍ତାରେ ଦେଖିବାକୁ ମିଳିଥିଲା ।
ଅନ୍ୟପଟେ, କରୋନା ମୁକାବିଲା ପାଇଁ ପୁରୀ ଜିଲ୍ଲା ସୀମାବର୍ତ୍ତୀ ଅଂଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ପୁରୀ ଜିଲ୍ଲାର ସୀମାବର୍ତ୍ତୀ ଅଂଚଳ କୁହାଯାଉଥିବା ଶିଖରଘାଟ ବ୍ରିଜ ନିକଟରେ ପୁରୀ , ଜଗତସିଂହପୁର ଓ କଟକ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ସିଲ କରିଛି କାକଟପୁର ପୋଲିସ । ଏହି ରାସ୍ତା ଦେଇ ଏହି ୩ଟି ଜିଲ୍ଲାକୁ ଯାତାୟତ କରୁଥିବା ସମସ୍ତ ଗାଡି ଓ ଯାତ୍ରୀଙ୍କ ଉପରେ ସିସିଟିଭି ଦ୍ୱାରା ନଜର ରଖାଯାଇଛି । ଯାତାୟତ କରୁଥିବା ସମସ୍ତ ଗାଡି ଓ ଯାତ୍ରୀଙ୍କ ଉପରେ ସିସିଟିଭି ଦ୍ୱାରା ନଜର ରଖାଯାଇଛି । ଗେଟ ପାସ ସମୟରେ ଜରୁରୀକାଳୀନ ଗାଡି ଓ ଲୋକଙ୍କୁ ଛଡାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/18-2.jpg)
/kanak/media/post_attachments/wp-content/uploads/2020/04/27.jpg)