କନକ ବ୍ୟୁରୋ: ଦିନରେ କରୁଥିଲା ଗାଡି ପୂଜା, ରାତିରେ କରୁଥିଲା ଚୋରି । ଏଭଳି କଳାକନା ବୁଲାଉଥିବା ଜଣେ ନକଲି ପୂଜକ ତଥା ଲୁଟେରାକୁ ଗିରଫ କରିଛି କମିଶନରେଟ ପୁଲିସ । ପୂଜକ ବେଶରେ ହାତରେ ଧୂପ ଓ ପୂଜା ଥାଳି ଧରି ପୂଜା କରୁଥିଲା । ସୁବିଧା ସୁଯୋଗ ଦେଖି ବାଇକ ଲୁଟି ନେଉଥିଲା । ଚଣା ଖାଇ ଚନ୍ଦନ ଲଗାଇ ଚୋରି କରୁଥିଲା ଗାଡି । ଏଭଳି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ପୁଲିସ ୨୪ ଟି ବାଇକ ଜବତ କରିଛି । ୟୁନିଟ୍-୧ ଭଳି ଭିଡ ସ୍ଥାନ ଦେଖି ବାଇକ ଚୋରି କରୁଥିଲା ଲୁଟେରା । ଏନେଇ ପୁଲିସ କମିଶନର ସଞ୍ଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଅଭିଯୁକ୍ତ କିପରି ବାଇକ ଚୋରି କରୁଥିଲା ତାର ସିସିଟିଭି ଭିଡିଓ ମଧ୍ୟ ପୁଲିସ ପକ୍ଷରୁ ଜାରି କରଯାଇଛି ।