କନକ ବ୍ୟୁରୋ : ନିର୍ବାଚନର ୭୨ ଘଂଟା ପୂର୍ବରୁ ବାଇକ ରାଲି ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ଓ ଉପ ନିର୍ବାଚନ ହେଉଥିବା ରାଜ୍ୟ ଉଦ୍ଦେଶ୍ୟରେ ଏହି ନୋଟିସ ଜାରି ହୋଇଛି । ନିର୍ବାଚନ କମିଶନ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନୋଟିସ ଲେଖି ଏ ସମ୍ପର୍କରେ ଅବଗତ କରିଛନ୍ତି । ବାଇକ ରାଲି ଆଳରେ କିଛି ଅସାମାଜିକ ତତ୍ୱ ମତଦାତାଙ୍କୁ ପ୍ରଭାବିତ କରୁଥିବା ନଜରକୁ ଆସିବା ପରେ ଏଭଳି ଏକ ନିଷ୍ପତି ନେଇଛନ୍ତି ନିର୍ବାଚନ କମିଶନ ।
ଏହି ଚିଠି ଓଡିଶା ନିର୍ବାଚନ ଅଧିକାରୀଙ୍କ ଉଦ୍ଦେଶ୍ୟରେ ନଥିଲେ ମଧ୍ୟ ଉପ ନିର୍ବାଚନ ଗୁଡିକରେ ମଧ୍ୟ ଏହି ନିୟମ ଲାଗୁ ହେବା ନେଇ ସ୍ପଷ୍ଟ କରାଯାଇଛି । ତେଣୁ ଆଜି ଠାରୁ ପିପିିଲିରେ ମଧ୍ୟ ରାଜୈନତିକ ବାଇକ ରାଲି ଉପରେ ରୋକ ଲାଗିବା ସ୍ପଷ୍ଟ ହୋଇଛି । ଆଜି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିବାକୁ ଥିବା ବେଳେ ଏହାର ଠିକ ପୂର୍ବରୁ ଏପରି ଏକ ନୋଟିସ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/9-15.jpg)