ଭୁବନେଶ୍ୱରରେ ଘରୁ ବାହାରିନି ଗାଡି । କିନ୍ତୁ କଟକରେ କଟାଯାଇଛି ଫାଇନ୍ । କଟକ ଆରଟିଓଙ୍କୁ ଯାଇ ପଚାରିବାରୁ ଦୁର୍ବ୍ୟବହାରର ଶିକାର ହେଲେ ଯୁବକ ।

716

କନକ ବ୍ୟୁରୋ : ଭୁବନେଶ୍ୱରରେ ଘରୁ ବାହାରିନି ଗାଡି । କିନ୍ତୁ କଟକରେ କଟାଯାଇଛି ଫାଇନ୍ । ଆରଟିଓର ଫାଇନ୍ ମେସେଜ୍ ମୋବାଇଲକୁ ଆସିବା ପରେ ଗାଡି ମାଲିକଙ୍କ ନିଦ ହଜିଯାଇଛି । ରାଜଧାନୀର ଦୁମଦୁମା ଅଂଚଳର ପୀତବାସ ନାୟକଙ୍କ ସହିତ ଘଟିଛି ଏପରି ଏକ ଘଟଣା । ଟ୍ରାଫିକ୍ ଗତ ୨୭ ତାରିଖ ସକାଳ ୧୦ଟା ୫୬ ମିନିଟରେ ପୀତବାସଙ୍କ ମୋବାଇଲକୁ ଆସିଥିଲା ଏହି ମେସେଜ୍ ।

ଏହା ପରେ ସେ କଟକ ଆରଟିଓକୁ ଭେଟିବାକୁ ଯାଇ ଘଟଣା ନେଇ ପଚାରି ବୁଝିବା ସମୟରେ ତାଙ୍କୁ ଆରଟିଓ ଠାରୁ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଛି । ତା ସହିତ ଗିରଫ ଧମକ ବି ଦେଇଛନ୍ତି ଆରଟିଓ ବାବୁ । ପୀତବାସଙ୍କ ଅଭିଯୋଗ ତାଙ୍କର ଗାଡି ନଂବରକୁ ଅନ୍ୟ କୌଣସି ଚୋରା ଗାଡି ବ୍ୟବହାର କରିଛି ।

ତେବେ ଫଟୋ ଉଠିଥିବା ସେହି ଚୋରା ଗାଡିକୁ ପ୍ରଥମେ ଧରାଯାଉ । ତାଙ୍କର ଗାଡି କମରସିଆଲ୍‌, ଟ୍ରାଫିକ୍ ରୁଲ୍ ନିୟମ ଉଲଂଘନ କରି ଆରଟିଓ କ୍ୟାମେରାରେ ଆସିଥିବା ଗାଡି କିନ୍ତୁ ପ୍ରାଇଭେଟ୍ ଗାଡି । ଏହି ଘଟଣାରୁ ସ୍ପଷ୍ଟ ହେଉଛି ସହରରେ ବୁଲୁଛି ଅନେକ ଚୋରା ଗାଡି । ଆଉ ଏହା ପଛରେ କୌଣସି ରାକେଟ୍ ବି କାମ କରୁଥାଇପାରେ । ଏସବୁର ପର୍ଦ୍ଦାଫାଶ ହେବା ଜରୁରୀ ବୋଲି ଦାବି କରିଛନ୍ତି ପୀତବାସ ।