କନକ ବ୍ୟୁରୋ : ବାଇକ-ଟ୍ରକ ମୁହାଁମୁହିଁ । ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ । ଜଣେ ମୃତକ ମାଣିତ୍ରୀ ଗାଁର ହୋଇଥିବା ସୂଚନା । ଅନ୍ୟଜଣେ ଯୁବକଙ୍କ ପରିଚୟ ମିଳିପାରିନି । ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ବାଇକ ଓ ଟ୍ରକ ମଧ୍ୟରେ ଧକ୍କା ଦୁଇ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।  ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ପଠାଇଥିଲେ । ସୋର ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି ।

Advertisment