କରୋନା ଭାଇରସ୍ ସଂକ୍ରମଣରୁ ଦେଶକୁ ରକ୍ଷା କରିବା ପାଇଁ ଚାରିଆଡ଼େ ସଫେଇ କାମ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ସରକାରଙ୍କ ପକ୍ଷରୁ ମାସ୍କ ପିନ୍ଧିବା , ବାରମ୍ବାର ହାତ ଧୋଇବା ଏବଂ ବାହନ ଆଦିକୁ ସାନିଟାଇଜ୍ କରିବାକୁ ପରାମର୍ଶ ଦିଆଯାଉଛି । କିନ୍ତୁ ଗୁଜରାଟରେ ବାଇକ୍ ସାନିଟାଇଜ୍ କରିବା ସମୟରେ ନିଆଁ ଲାଗିବା ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଛି ।
ଅହମ୍ମଦାବାଦର ଏକ ବେସରକାରୀ କମ୍ପାନୀର ଗେଟ୍ ବାହାରେ ବାଇକ୍ ସାନିଟାଇଜ୍ କରିବା ବାଧ୍ୟତାମୂଳକ କରାଯାଇଛି । ଏହି କ୍ରମରେ ସବୁ କର୍ମଚାରୀ ନିଜ ନିଜ ଗାଡ଼ିକୁ ସାନିଟାଇଜ୍ କରାଉଥିବା ବେଳେ ଅଚାନକ ଗୋଟିଏ ବାଇକରେ ନିଆଁ ଲାଗିଯାଇଥିଲା । ଚାଳକ କିଛି ବୁଝିବା ପୂର୍ବରୁ ବାଇକରେ ନିଆଁ ଲାଗିଯାଇଥିଲା । ପାଖରେ ଥିବା ଗାର୍ଡ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଆଖପାଖ ଲୋକଙ୍କ ସହଯୋଗରେ ଗାଡ଼ିରୁ ନିଆଁ ଲିଭିଥିଲେ ହେଁ ଏହାର ଅର୍ଦ୍ଧେକ ଭାଗ ପୋଡିଯାଇଛି । ବାଇକ୍ ଷ୍ଟାର୍ଟରେ ରହିବା ଏବଂ ସାନିଟାଇଜରରେ ଆଲକହଲର ମାତ୍ରା ଅଧିକ ଥିବା କାରଣରୁ ନିଆଁ ଲାଗିଥିବା କଥା ଆକଳନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/06/11-1.jpg)