ସୋରରେ କଳା ପଲସର ଆତଙ୍କ : ବ୍ୟବସାୟୀଙ୍କୁ ଆକ୍ରମଣ କରି ୩୦ ଲକ୍ଷ ଲୁଟ୍ ଅଭିଯୋଗ ; ୬ ଦୁବୃର୍ତ୍ତ ଦୁଇଟି ପଲସରରେ ଆସି ଲୁଟିନେଲେ

103

କନକ ବ୍ୟୁରୋ : ସୋରରେ ପୁଣି ମାତିଛନ୍ତି କଳା ପଲସର ଗ୍ୟାଙ୍ଗ୍ । ମାରଣାସ୍ତ୍ରରେ ଆକ୍ରମଣ କରି ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ୩୦ ଲକ୍ଷ ଟଙ୍କାର ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ବିଦୁ ପେଟ୍ରୋଲ ପମ୍ପ ନିକଟରୁ କେନ୍ଦୁଝର ଅଂଚଳର ଜନ୍ମେଜୟ ସାହୁ ନାମକ ଜଣେ ଗହଣା ବ୍ୟବସାୟୀଙ୍କ ଠାରୁ ଏପରି ଲୁଟ୍ ହୋଇଛି । ୨ଟି କଳାପଲସରରେ ଆସିଥିଲେ ୬ ଜଣ ଯୁବକ । ସୋର ପୋଲିସ ଥାନାରେ ଏତଲା କରି ମାମଲାର ତଦନ୍ତ କରୁଛି । ଆହତ ବ୍ୟବସାୟୀଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।