ବାଲେଶ୍ୱର କୁରୁଡ଼ା ଛକରେ ଯୁବକଙ୍କୁ ନିର୍ମମ ହତ୍ୟା । ମୁଣ୍ଡକୁ ଗୁଳି କରିବା ପରେ ଧାରୁଆ ଅସ୍ତ୍ରରେ ବେକ କାଟିଦେଲେ ଦୁବୃର୍ତ

185

କନକ ବ୍ୟୁରୋ : ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ବିଭତ୍ସ ହତ୍ୟା । ଅତି ନକଟରୁ ଯୁବକଙ୍କ ମୁଣ୍ଡକୁ ଗୁଳି ମାରିବା ପରେ ବେକକୁ କାଟି ହତ୍ୟା କରିଛନ୍ତି ଦୁର୍ବୁତ । ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ ।
ମୃତ ଯୁବକ ଜଣଙ୍କ ହେଲେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣା ଅଂଚଳର ବିନୋଦ ବିହାରୀ ଦାସ । ଆଜି ସକାଳ ୯ଟା ସମୟରେ ବାଲେଶ୍ୱରର ପ୍ରବେଶ ପଥ କୁରୁଡା ଛକରେ ଦୁର୍ବୁତମାନେ ବିନୋଦଙ୍କୁ ଗୁଳିମାଡ କରିବା ସହ ଭୁଜାଲିରେ ଆକ୍ରମଣ କରଥିଲେ । ଦୁର୍ବୁତମାନେ ଯୁବକଙ୍କ ମୁଣ୍ଡର ଡାହାଣ ପାଶ୍ୱର୍କୁ ଗୁଳି ମାରିବା ସହ ଭୁଜାଲିରେ ବେକକୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ବିନୋଦଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ମୁତାବକ ମୃତକ ବିନୋଦ ସକାଳେ କୁରୁଡାରୁ ବାଲେଶ୍ୱର ଆଡକୁ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୁତ ଏକ ବାଇକରେ ଆସି ତାଙ୍କୁ ଗୁଳି କରିଥିଲେ । ବିନୋଦ ହେଲମେଂଟ ପିନ୍ଧିଥିଲେ ମଧ୍ୟ ଗୁଳିଟି ତାଙ୍କ ହେଲମେଂଟ ଭାଙ୍ଗି ମୁଣ୍ଡରେ ଲାଗିଥିଲା । ଆକ୍ରମଣ ପଛରେ ପ୍ରକୃତ କାରଣ କ’ଣ ରହିଛି ଜଣାପଡିନଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ ନେଇ ଏଭଳି ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ଘଟଣାରେ ସ୍ଥଳରେ ପୋଲିସ ପହଂଚି ଛାନଭିନ୍ ଆରମ୍ଭ କରିଛି ।