ଦେବଦୂତ ସାଜିଲା ଆମ୍ବୁଲାନ୍ସ ବାଇକ୍: କନ୍ଧମାଳର ଦୁର୍ଗମ ଅଂଚଳରୁ ହସ୍ପିଟାଲ ଆସିବାକୁ ରୋଗୀ ଓ ଗର୍ଭବତୀଙ୍କୁ ମିଳୁଛି ସହୟତା

ସେପଟେ ଆମ୍ବୁଲାନ୍ସ ଯାଇପାରୁନଥିବା ଗାଁ ପାଇଁ ୬୦ଟି ବାଇକ ଆମ୍ବୁଲାନ୍ସ ଦେଲା ହିରୋ

216

କନକ ବ୍ୟୁରୋ: ତାଲାବନ୍ଦ କଟକଣା ଯୋଗୁଁ ସ୍ୱାସ୍ଥ୍ୟସେବା ମଧ୍ୟ ପ୍ରଭାବିତ ହେଉଛି । ବିଶେଷ କରି ଗର୍ଭବତୀ ଓ ବୃଦ୍ଧବୃଦ୍ଧା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ କନ୍ଧମାଳ ଜିଲ୍ଲାରେ ଦୁର୍ଗମ ଅଂଚଳରେ ଦେବଦୂତ ସାଜିଛି ବାଇକ ଆମ୍ବୁଲାନ୍ସ । ଜିଲ୍ଲା ପ୍ରଶାସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ବାଇକ ଆମ୍ବୁଲାନ୍ସ ଦୁର୍ଗମ ଅଂଚଳରୁ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ଆଣି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛି ।

ଅନ୍ୟପଟେ, ଭାରତରେ ଏମିତି ଅନେକ ଗାଁକୁ ରାସ୍ତା ନଥିବାରୁ ଯାଇପାରୁନି ଆମ୍ବୁଲାନ୍ସ, ଗୁରୁତର ରୋଗୀଙ୍କୁ ଭାରରେ ବୋହି ଆଣିବାକୁ ପଡୁଛି । ଏହାକୁ ନଜରରେ ରଖି ହିରୋ ମୋଟୋକର୍ପ ୬୦ ଟି ଦୁଇ ଚକିଆ ଆମ୍ବୁଲାନ୍ସ ଦାନ କରିଛି । ଏହି ମୋବାଇଲ୍ ଆମ୍ବୁଲାନ୍ସ ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ରୋଗୀମାନଙ୍କ ନିକଟରେ ପହଞ୍ଚିବ ଏବଂ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇବା ପାଇଁ ଉପଯୋଗୀ ହେବ । ଏହି ଆମ୍ବୁଲାନ୍ସଗୁଡିକ ୧୫୦ସିସି ଏବଂ ତଦୁର୍ଦ୍ଧ୍ୱ ବିସ୍ଥାପନ ସହିତ ହିରୋ ମୋଟୋକର୍ପ ମୋଟରସାଇକେଲରେ ଲଗାଯିବା ପାଇଁ ଆସେସୋରିଜ୍ ଭାବରେ ନିର୍ମାଣ କରାଯାଇଛି ।

ଏଥିସହ ଏହି ଆମ୍ବୁଲାନ୍ସ ସାମଗ୍ରୀଗୁଡ଼ିକରେ ପ୍ରାଥମିକ ଚିକିତ୍ସା ସହାୟତା କିଟ୍, ଅମ୍ଳଜାନ ସିଲିଣ୍ଡର, ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ସାଇରନ୍ ଭଳି ଅତ୍ୟାବଶ୍ୟକ ଚିକିତ୍ସା ଉପକରଣ ଅନ୍ତର୍ଭୁକ୍ତ ରହିଛି ।