କନକ ବ୍ୟୁରୋ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀରେ ବିଜେଡି କାର୍ଯ୍ୟାଳୟରେ ସମବେତ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କ ସ୍ମୃତି ଚାରଣ କରି ନବୀନ କହିଛନ୍ତି ଯେ, ସେବା ଓ ସ୍ୱାଭିମାନ ବିଜୁ ବାବୁଙ୍କ ଲକ୍ଷ୍ୟ ଥିଲା । ଯାହା ବିଜେଡିର ମଧ୍ୟ ଲକ୍ଷ୍ୟ । ତେଣୁ ବିଜେଡି ଓଡିଶାବାସୀଙ୍କ ପ୍ରିୟ ଦଳ ହୋଇ ରହିଛି ଓ ରହିବ । ନବୀନ କହିଛନ୍ତି ଗାଁ କଚ୍ଚା ଘର ପକ୍କା ହେଉଛି, ଘରେ ଘରେ ପାଣି ପହଂଚୁଛି ଏବଂ ବିଜୁଳି ଆଲୁଅରେ ଘର ଉଜ୍ୱଳ ଦିଶିଲେ ଲୋକଙ୍କ ମୁହଁରେ ହସ ଫୁଟୁଛି । ଯାହା ବିଜେଡି ପାଇଁ ବଡ ପୁରସ୍କାର ବୋଲି ନବୀନ କହିଛନ୍ତି ।

Advertisment

ସେହିପରି ମାଆଟିଏ ଯେତେବେଳେ ପଂଚାୟତ ଘରେ ବସି ବିକାଶ କଥା ଚିନ୍ତା କରୁଛି କିମ୍ବା ମିଶନ ଶକ୍ତିର ମାଆ ଯେତେବେଳେ ରୁଣ ଆଣି ବ୍ୟବସାୟ କରି ପରିବାର ପାଇଁ ସମୃଦ୍ଧି ଆଣୁଛି ସେଠାରେ ବିକାଶର ଚିତ୍ର ଉଜ୍ୱଳ ଦିଶୁଛି । ହେଲେ ଆଗକୁ ଆହୁରି ବାଟ ଯିବାକୁ ଅଛି ଏବଂ ଆହୁରି ଅଧିକ କରିବାକୁ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଓଡିଶାର ସ୍ୱାଭିମାନ ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ନବୀନ ।