ଓଡିଶା ଜନଜୀବନର ମହାନାୟକ ତଥା ଓଡିଶାର ବାଜ ବୋଲାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଆଧାର କରି “ବିଜୁବାବୁ” ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ଏହି ଚଳଚ୍ଚିତ୍ରକୁ ଉତ୍କଳ ଦିବସରେ ମୁକ୍ତିଲାଭ କରାଯିବ । ଆଜି ଏହି ସିନେମାର ପୋଷ୍ଟରକୁ ରିଲିଜ୍ କରାଯାଇଛି । ଚଳଚ୍ଚିତ୍ରରେ ବିଜୁବାବୁଙ୍କ ଚରିତ୍ରରେ ନଜର ଆସିବେ ଅଭିନେତା ଅନୁଭବ ମହାନ୍ତି ।
ନୀଳମାଧବ ପଣ୍ଡାଙ୍କ ନିବେଦିତ ଏହି ଚଳଚ୍ଚିତ୍ରର କାହାଣୀ ,ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଦେବୀ ପ୍ରସାଦ ଲେଙ୍କା ଏବଂ ବିଶାଳ ମୋର୍ଯ୍ୟ । ସିନେମାରେ ସହ-ପ୍ରଯୋଜନା ଦାୟିତ୍ୱରେ ମାନବ ରଥ ,ବର୍ଣ୍ଣାଳୀ ରଥ ଏବହ ଅତୁଲ ତ୍ୟାଗି ରହିଛନ୍ତି । ସିନେମାରେ ସଙ୍ଗୀତ ଦେଇଛନ୍ତି ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ଚିତ୍ରତ୍ତୋଳନ ଦାୟିତ୍ୱରେ ପ୍ରତାପ ରାଉତ ଏବଂ ସଂପାଦନ ଦାୟିତ୍ୱରେ ଅଛନ୍ତି ସନ୍ଦିପ୍ ସେଠୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/maxresdefault-11.jpg)
/kanak/media/post_attachments/wp-content/uploads/2019/02/Capture-24-227x300.jpg)