ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବ ବାହିନୀ ! ବିଧାନସଭାରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସୂଚନା

କହିଲେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ନାହିଁ ବ୍ୟୟବରାଦ

1,445

କନକ ବ୍ୟୁରୋ : ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବ ବାହିନୀ । ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ରାଜ୍ୟ ବଜେଟରେ ବିଜୁ ଯୁବ ବାହିନୀ ପାଇଁ ବ୍ୟୟବରାଦ କରାଯାଇ ନାହିଁ । ତେଣୁ ବିଜୁ ଯୁବ ବାହିନୀ ବର୍ତମାନ କାର୍ଯ୍ୟକ୍ଷମ ହେବ ନାହିଁ । ଆଜି ବିଧାନସଭାରେ ଏକ ଅଣତାରକା ପ୍ରଶ୍ନର ଉତର ଦେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ରାଜ୍ୟର କୌଣସି ଅଂଚଳରେ ଲୋକଙ୍କ ସ୍ୱାର୍ଥ ପାଇଁ କୈାଣସି କାର୍ଯ୍ୟକ୍ରମ ବିଜୁ ଯୁବ ବାହିନୀ ଦ୍ୱାରା ଆଉ କରାଯିବ ନାହିଁ । ଚଳିତ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ବଜେଟରେ କୌଣସି ଅର୍ଥ ବ୍ୟବସ୍ଥା ହୋଇନାହିଁ । ତେଣୁ ଖର୍ଚ୍ଚର ଅବକାଶ ନାହିଁ ବୋଲି କହିଛନ୍ତି କ୍ରୀଡା ମନ୍ତ୍ରୀ ।

ସେପଟେ ମନ୍ତ୍ରୀଙ୍କ ସୂଚନା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ନିର୍ବାଚନ ପାର ହେବା ପାଇଁ ବିଜୁ ଯୁବ ବାହିନୀ ଗଠନ କରାଯାଇଥିଲା । ରାଜ୍ୟ ରାଜକୋଷରୁ ବିଜୁ ଯୁବ ବାହିନୀ ନାଁରେ ଟଙ୍କା ଲୁଟ କରାଯାଇଛି । ଯେତିକି ଟଙ୍କା ଖର୍ଚ୍ଚ ହୋଇଛି, ସେତିକି ଟଙ୍କାରେ କୌଣସି ଉନ୍ନୟନ ମୂଳକ କାମ ହୋଇପାରିଥାନ୍ତା ବୋଲି କହିଛନ୍ତି ବିରୋଧୀ ଦଳ ନେତା ।

ସେହିପରି ପିସିସି ସଭାପତି ପ୍ରତିକ୍ରିୟା ରଖି କହିଛନ୍ତି, ବର୍ତମାନ ନିର୍ବାଚନ ନାହିଁ ତେଣୁ ସରକାରଙ୍କୁ ଯୁବ ବାହିନୀର ଆଉ ଆବଶ୍ୟକତା ନାହିଁ । ତେଣୁ ଯେତେବେଳେ ତିନି ବର୍ଷ ପରେ ପୁଣି ନିର୍ବାଚନ ଆସିବ ସେତେବେଳେ ରାଜ୍ୟ ସରକାରଙ୍କ ଆଉ କିଛି ବାହିନୀଙ୍କ କଥା ମନେ ପଡିବ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।