ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ଓଡିଆ କାର୍ଡ ଖେଳିଲେ ନବୀନ: କେନ୍ଦ୍ର ବିରୋଧରେ କଡ଼ା ଆଭିମୁଖ୍ୟ; କହିଲେ, ଜାତୀୟ ଦଳଗୁଡିକର ମୁଖ୍ୟ ଫୋକସ ହେଲା ହିନ୍ଦୀ

ବିଜେଡିର ବସ ହେଉଛନ୍ତି ଓଡିଶାବାସୀ, ଆଂଚଳିକ ଦଳ ହିଁ ପୂରଣ କରିପାରିବ ଲୋକଙ୍କ ଆଶା, ଆକାଂକ୍ଷା

245

କନକ ବ୍ୟୁରୋ: ନବୀନ ଖେଳିଲେ ଓଡିଆ କାର୍ଡ । ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ଜାତୀୟ ଦଳଗୁଡିକ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ । ନବୀନ ପଟ୍ଟନାୟକ କହିଛନ୍ତି, ଜାତୀୟ ଦଳଗୁଡିକର ମୁଖ୍ୟ ଫୋକସ ହେଉଛି ନିର୍ବାଚନ ଜିତିବା ଓ କ୍ଷମତା ଦଖଲ କରିବା । ଆଉ ସେହି ଦଳ ରାଜ୍ୟ ନେତାଙ୍କ ଲକ୍ଷ୍ୟ ହେଲା ଜାତୀୟ ନେତାଙ୍କୁ ଖୁସି କରି ମନ୍ତ୍ରୀ ହେବା ଓ ପୋଷ୍ଟ ନେବା । ଏକ ଆଂଚଳିକ ଦଳ ହିସାବରେ ବିଜେଡି ହିଁ ରାଜ୍ୟବାସୀଙ୍କ ସ୍ୱାର୍ଥ ପୂରଣ କରିପାରିବ ।

ମହାନଦୀ, ଆଦିବାସୀ ସଂସ୍କୃତି ଆମ ପାଇଁ ବିଶ୍ୱସ୍ତରୀୟ । କିନ୍ତୁ ଜାତୀୟ ଦଳଗୁଡିକ ପାଇଁ ଏହାର କିଛି ମୂଲ୍ୟ ନାହିଁ । ବିଜେଡିର କେହି ବସ ନାହାନ୍ତି । ଓଡିଶାବାସୀ ହିଁ ହେଉଛନ୍ତି ଆମ ବସ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ବିଭିନ୍ନ ପ୍ରସଙ୍ଗରେ ବିଜେଡି ହିଁ ରାଜ୍ୟ ପାଇଁ ଲଢେଇ କରୁଛି । । ଆଂଚଳିକ ଦଳ ହିଁ ଆପଣଙ୍କ ଆଶା ଓ ଆକାଂକ୍ଷା ପୂରଣ କରିାପାରିବ । ବୈଠକରେ ବିଜେପି ଓ କଂଗ୍ରେସ ନେତାଙ୍କୁ ବି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ରାଜ୍ୟ କଂଗ୍ରେସ ଓବିଜେପି କେନ୍ଦ୍ରୀୟ ନେତୃତ୍ୱର ରିମୋଟ କଂଟ୍ରୋଲ ସାଜିଛିା କେନ୍ଦ୍ରର ବୈମାତୃକ ମନୋଭାବ ଓଡିଶା ପ୍ରତି ରହିଛି । କିନ୍ତୁ ଓଡିଶା ପାଇଁ ବିଜେଡି ଲଢେଇ ଜାରି ରଖିବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ।