କନକ ବ୍ୟୁରୋ: ବିଧାନସଭାରେ ଉଠିଲା ବିଜୁ ଯୁବ ବାହିନୀ ପ୍ରସଙ୍ଗ । ବନ୍ଦ ହୋଇଯାଇଥିବା ବିଜୁ ଯୁବ ବାହିନୀ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାକୁ ନେଇ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଏନେଇ ଗୃହରେ ହିସାବ ଦେଇଛନ୍ତି ସରକାର । ୨୦୧୮-୧୯ ରେ ଏହି ଯୋଜନା ଆରମ୍ଭ ହୋଇଥିଲା । ପ୍ରଥମେ ୨୦୧୮-୧୯ରେ ୧୫୯ କୋଟି ୮୯ ଲକ୍ଷ ୮୭ ହଜାର ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ ୧୯-୨୦ ରେ ୨୩ କୋଟି ୭୭ ଲକ୍ଷ ୫୨ ହଜାର ୨୪୪ ଟଙ୍କା ବ୍ୟୟ ବରାଦ ହୋଇଥିଲା । ଏହାପରେ ୨୦୨୦-୨୧ ରୁ କୌଣସି ବ୍ୟୟ ବରାଦ ହୋଇନି କି କୌଣସି କାର୍ଯ୍ୟକ୍ରମ ହୋଇନି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ପ୍ରଶ୍ନରେ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ଏନେଇ ଉତ୍ତର ରଖିଛନ୍ତି ।