କନକ ବ୍ୟୁରୋ : ଲୋକଙ୍କ ବହୁଦିନର ଆଶା ପୂରଣ ହୋଇଛି । ଦୀର୍ଘ ଦିନରେ ପ୍ରଶାସନିକ ତତ୍ପରତା ଯୋଗୁ ବ୍ରିଜ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ଅସ୍ତରଙ୍ଗ ବ୍ଲକର ଦୀପାଂଚଳ ଭାବେ ବେଶ ଜଣାଶୁଣା ତାଳଦା ପଂଚାୟତ । ଏହି ସ୍ଥାନକୁ ଘେରି ରହିଛି ଦେବୀ ନଦୀ । ଯିବା ଆସିବାରେ ସମସ୍ୟା ଥିବାରୁ ଲୋକଙ୍କ ଦାବି ଅନୁସାରେ ବ୍ରିଜ ତିଆରି ହେଉଛି । ଏହି ବ୍ରିଜ୍ ସହ ଯୋଡି ହୋଇଛି ନୂଆ ଟେକନିକ୍ । ନଦୀ ଗର୍ଭକୁ ଭୁଷୁଡି ପଡିଥିବା ବ୍ରିଜର ପିଲାର ଜାଗାରେ ତିଆରି ହେଉଛି କଂକ୍ରିଟ ବ୍ରିଜ୍ । ବିଭାଗୀୟ ଟେକନିକାଲ ଟିମ୍ ମାନଙ୍କ ପରୀକ୍ଷା ନିରୀକ୍ଷା ପରେ ଏହି ନୂଆ ଟେକନିକ୍ ମାଧ୍ୟମରେ ଆଇରନ୍ ରେଲିଂ ଲଗାଯାଇ ବ୍ରିଜକୁ ସମ୍ପୁର୍ଣ୍ଣ କରାଯିବ । ଏହି ବ୍ରିଜର ମୋଟ ଲମ୍ବ ୭୯୭ ମିଟର ହୋଇଥିବା ବେଳେ ଏଥିରେ ୬୨ ମିଟର ଆଇରନ୍ ରେଲିଂ ଲାଗିଛି । ଏହି କଂକ୍ରିଟ ବ୍ରିଜ ସହିତ ଲାଗିଛି ଆଇରନ୍ ରେଲିଂ । ଯାହାକି ମଜବୁତ ସାଙ୍ଗକୁ ବେଶ ସୁରକ୍ଷିତ । ଏହାକୁ ନେଇ ସ୍ଥାନୀୟ ଲୋକେ ବି ବେଶ ଖୁସି ହୋଇଛନ୍ତି ।
ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ନଦୀ ଗର୍ଭରେ ବିପଦ ସଙ୍କୁଳ ଅବସ୍ଥାରେ ଡଙ୍ଗାରେ ଯାଉଥିବା ବେଳେ ଏବେ ତିଆରି ହେଉଛି ଏହି ଷ୍ଟିଲ ବ୍ରିଜ୍ । ନଦୀ ଗର୍ଭରେ ଭୁଷୁଡି ପଡିଥିବା ବ୍ରିଜ୍ ସ୍ଥାନରେ ଏହି ଷ୍ଟିଲ ବ୍ରିଜ କାମ ଆରମ୍ଭ ହୋଇଥିଲା । ଯାହାକି ଦୁଇମୁଣ୍ଡରେ ଥିବା କଂକ୍ରିଟ ବ୍ରିଜ ସହିତ ଯୋଡି ହୋଇରହିଛି । ଲୋକଙ୍କ ଆଶା ଖୁବଶୀଘ୍ର ପରଣ ହେବାକୁ ଯାଉଛି । ବିଳମ୍ବ ହୋଇଥିଲେ ବି ଏବେ ଯୁଦ୍ଧକାଳୀନ ଭିତିରେ କାମ ଆଗେଇ ଚାଲିଛି । ଏହି ସେତୁ କାମ ସମ୍ପୁର୍ଣ୍ଣ ହେଲେ ଲୋକଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହେବ ।
ସେତୁ କାମ ସମ୍ପୁର୍ଣ୍ଣ ହୋଇଗଲେ ଲୋକଙ୍କ ବହୁ ଦିନର ଆଶା ପୂରଣ ହେବ । ଗମନା ଗମନା ସମସ୍ୟା ପାଇଁ ଉପୁଜିଥିବା ସମସ୍ୟାର ଅନ୍ତ ଘଟିବ । ଯାହାର ଅପେକ୍ଷାରେ ରହିଛନ୍ତି ଲୋକେ ।