ନାଗାବଳୀ ନଦୀରେ ଅଧାଗଢା ପୋଲ । ନିର୍ମାଣ କାମ ଅଧାରେ ଛାଡ଼ି ଠିକାଦାର ଫେରାର

ନାଗାବଳୀ ନଦୀରେ ଅଧାଗଢା ପୋଲ । ନିର୍ମାଣ କାମ ଅଧାରେ ଛାଡ଼ି ଠିକାଦାର ଫେରାର

କନକ ବ୍ୟୁରୋ: ନାଗାବଳୀ ନଦୀରେ ଅଧାଗଢା ହୋଇ ଠିଆ ହୋଇଛି ବିଜୁ ସେତୁ । କାମ ଅଧାରୁ ଠିକାଦାର ଫେରାର । ଫଳରେ ନଦୀ ଆରପଟେ ଥିବା ୨ଟି ପଂଚାୟତର ୧୮ଟି ଗାଁ ଲୋକ ଭୋଗୁଛନ୍ତି ଦୁର୍ଦ୍ଦଶା । ନିଜର ଦୈନନ୍ଦିନ କାମ ପାଇଁ ଜୀବନକୁ ବାଜି ଲଗାଇ ବେକେ ପାଣିରେ ଯାତାୟତ କରୁଛନ୍ତି ପିଲାଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା । ନଦୀ ଆରପଟେ ପାଖାପାଖି ୫ ହଜାର ଲୋକ ବସବାସ କରୁଛନ୍ତି । ଆଉ ଏହି ଲୋକଙ୍କ ପାଇଁ ଯେମିତି ସରକାରଙ୍କ ସମସ୍ତ ସୁବିଧା ଅପହଞ୍ଚ ହୋଇପଡ଼ିଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନା ଗମନ ପାଇଁ ବାଟ ଓଗାଳିଛି ନାଗାବଳୀ ନଦୀ । ଯୋଗାଯୋଗର ସୁବିଧା ନଥିବାରୁ ରୋଗୀଙ୍କୁ ମେଡ଼ିକାଲ ନେବା ମଧ୍ୟ ସମ୍ଭବ ହେଉନାହିଁ । ଫଳରେ ପାଣି ଭିତରେ ରୋଗୀଙ୍କ ସମ୍ପର୍କୀୟ ଖଟିଆରେ ରୋଗୀଙ୍କୁ ବୋହି ନେବାକୁ ପଡ଼ୁଛି ।

ନାଗାବଳୀ ନଦୀରେ ସେତୁ ନିର୍ମାଣ ପାଇଁ ୨୦୧୮ ମସିହାରେ ମନ୍ତ୍ରୀ ବିକ୍ରମ ଆରୁଖ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ୧୦ ଗୋଟି ପିଲାର ବିଶିଷ୍ଟ ପୋଲ ନିର୍ମାଣ ପାଇଁ ମଞୁରି ହୋଇଥିବା ବେଳେ ୨୦୧୯ରେ କାର୍ଯ୍ୟ ଆରମ୍ଭ ହୋଇଥିଲା । କାର୍ଯ୍ୟ ଶେଷ କରିବାର ସମୟ ସୀମା ଥିଲା ମାର୍ଚ୍ଚ ୨୦୨୧ । ହେଲେ ଦୀର୍ଘ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ସେତୁ ନିର୍ମାଣ ଶେଷ ହେବା ତ ଦୂରର କଥା ବର୍ଷେ ହେଲା କାମ ବନ୍ଦ କରି ଫେରାର ହୋଇଯାଇଛି ଠିକାଦାର । ଫଳରେ ନାଗାବଳୀର ନଦୀର ଆରପଟେ ଥିବା ଦୁଇଟି ପଂଚାୟତର ପ୍ରାୟ ୧୮ ଖଣ୍ଡ ଗାଁ ଲୋକ ଉପକୃତ ହେବା ପରିବର୍ତେ ଦିନକୁ ଦିନ ସେମାନଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe