କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଉଥିବା ପକ୍କା ଘରେ ଲାଗିପାରିବ ନାହିଁ ବିଜୁ ପକ୍କା ଘର ଲୋଗୋ । ଏଥିପାଇଁ ଓଡିଶା ସରକାରଙ୍କୁ ଚିଠି ଲେଖି ବାରଣ କଲେ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗର ପ୍ରମୁଖ ସଚିବ । ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ, ତେଣୁ ଏହାକୁ ବ୍ୟବହାର ନକରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି ।
ପୂର୍ବରୁ ଏନେଇ ରାଜ୍ୟପାଳଙ୍କୁ ଫେରାଦ ହୋଇଥିଲା ବିଜେପି । ବିଧାନସଭାର ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ବିଧାୟକମାନେ ଲୋଗୋ ହଟାଇବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ସେହିପରି ଫେବ୍ରୁଆରୀ ୧୨ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସାଂସଦମାନେ ମଧ୍ୟ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/17-32.jpg)