କନକ ବ୍ୟୁରୋ : ବିଜୁବାବୁଙ୍କ ଆଖିରେ ଅନ୍ଧପୁଟୁଳି । ପ୍ରତିମୂର୍ତ୍ତିର ମୁହଁ ବନ୍ଦ । ଇସ୍ପାତ ସହର ରାଉରକେଲାର ପ୍ରବେଶ ପଥରେ ନିର୍ମିତ ଏହି ପ୍ରତିମୂର୍ତ୍ତି ଟି ଅବହେଳିତ ଅବସ୍ଥାରେ ସେହିଭଳି ପଡି ରହିଛି । ଗତ ୭ ବର୍ଷ ଧରି ବିଜୁ ଶତବାର୍ଶିକୀରେ ଚାରିଆଡେ ବିଜୁବାବୁଙ୍କ ଗୁଣ ଗାନ କରାଯାଉଥିବା ବେଳେ ରାଉରକେଲାରେ ଏଭଳି ଦୟନୀୟ ସ୍ଥିତିରେ ପଡି ରହିଛି ବିଜୁବାବୁଙ୍କ ପ୍ରତିମୂର୍ତ୍ତି ।
ତେବେ, ଗତ ୭ ବର୍ଷ ଧରି କାହିଁକି ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇପାରିଲା ନାହିଁ । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁବ୍ରତ ତରାଇ ଏବଂ ଶାରଦା ନାୟକଙ୍କ ମଧ୍ୟରେ ବିବାଦ ଏଦିଗରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି । ତେବେ ରାଜନୀତିର ପଶାପାଲିରେ ବିଜୁବାବୁଙ୍କ ନାଁ, ବିଜେଡିର ଏକ ପ୍ରମୂଖ ରଣନୀତି । କିନ୍ତୁ ଏହି ପ୍ରବାଦ ପୁରୁଷଙ୍କୁ ପ୍ରକୃତ ସମ୍ମାନ ଦେବା ଏକ ଆନ୍ତରିକତାର କଥା ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/Screen-shot-2017-03-05-at-8.18.39-PM.png)