କନକ ବ୍ୟୁରୋ: ଓଡିଶା ଆସିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ଲୋକସେବା ଭବନରେ ବିମାନ ଚଳାଚଳ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବେସାମରିକ ଚଳାଚଳ ବିଭାଗକୁ ଚିଠି ଲେଖାଯିବ । ୧୯୪୭ ମସିହାରେ ଏହି ବିମାନରେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ଏହି ବିମାନରେ ଇଣ୍ଡୋନେସିଆର ତତକାଳୀନ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଶତ୍ରୁ କବଳରୁ ରକ୍ଷା କରିଥିଲେ । ଏହି ବିମାନ ଏବେ କୋଲକାତାରେ ଅଛି । ଏହାକୁ ଆଣିବାକୁ ରାଜ୍ୟ ସରକାର ଦୀର୍ଘଦିନ ହେଲା ଉଦ୍ୟମ କରୁଥିଲେ ।
ଓଡିଶା ଫେରିବ ସ୍ୱର୍ଗତ ବିଜୁ ବାବୁଙ୍କ ସାହସିକତା ଓ ବୀରତ୍ୱର ଗାଥା ବହନ କରୁଥିବା ଡାକୋଟା ବିମାନ । ଡାକୋଟାକୁ ଓଡିଶା ଆଣିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବେସାମରିକ ଚଳାଚଳ ବିଭାଗକୁ ଲେଖାଯିବ ଚିଠି । ଏନେଇ ଆଜି ପୁଣି ଥରେ ଲୋକସେବା ଭବନରେ ବସିଥିବା ବିମାନ ଚଳାଚଳ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଛି ।
ତେବେ ଓଡିଶା ଆସିଲେ ଡାକୋଟାକୁ କେଉଁଠି ରଖାଯିବ, ତାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ କଟକର ଆନନ୍ଦ ଭବନରେ ହିଁ ବିଜୁବାବୁଙ୍କ ଡାକୋଟା ବିମାନକୁ ରଖାଯିବା ନେଇ ନିଷ୍ପତି ନିଆଯାଇଥିଲା । ତେବେ ଡାକୋଟା ବିମାନରେ ଇଣ୍ଡୋନେସିଆର ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସେତେବେଳେ ଉଦ୍ଧାର କରିଥିଲେ ସ୍ୱର୍ଗତ ବିଜୁ ପଟ୍ଟନାୟକ । ସେଥିପାଇଁ ଏହି ବିମାନକୁ ବିଜୁଙ୍କ ବୀରତ୍ୱର ଗାଥା ବୋଲି କୁହାଯାଉଛି ।