କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ବିଜୁ ବାବୁଙ୍କ ଡାକୋଟା ବିମାନ ଓଡିଶା ଆସିବ । ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହାକୁ ବିଜୁ ବାବୁଙ୍କ ସ୍ମୃତିଚାରଣ କରିବାକୁ ସଂରକ୍ଷିତ ରଖାଯିବ । ଏଥପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । କୋଲକାତା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଥିବା ଡାକୋଟାର ବିଭିନ୍ନ ଅଂଶକୁ ଖୋଲାଯାଉଛି ବା ଡିମେଣ୍ଟାଲିଙ୍ଗ କରାଯାଉଛି । ‘ଏରୋସ୍ପେଶ୍ ରିସର୍ଚ୍ଚ ଡେଭଲପମେଣ୍ଟ’ର ଯନ୍ତ୍ରୀମାନେ ଏଥିରେ ନିୟୋଜିତ ଅଛନ୍ତି ।publive-image

Advertisment

ଯଥାଶୀଘ୍ର ଏହାକୁ ସ୍ୱତନ୍ତ୍ର ଯାନରେ ଭୁବନେଶ୍ୱର ଅଣାଯିବା ପରେ ପୁନର୍ବାର ଏହାର ବିଭିନ୍ନ ଅଂଶକୁ ସଂଲଗ୍ନ କରାଯାଇ ପୁନଃସ୍ଥାପନ କରାଯିବ । ୭୪ ଫୁଟ ୮ ଇଞ୍ଚ ଲମ୍ବ ଓ ୯୫ ଫୁଟ ଡେଣା ବିଶିଷ୍ଟ ଏହି ବିମାନକୁ ଭୁବନେଶ୍ୱ ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସଂରକ୍ଷିତ ରଖାଯିବ ।
୧୯୪୭ ମସିହା ଜୁଲାଇ ୨୧ ତାରିଖରେ ଓଡିଶାର ବୀରପୁତ୍ର ବିଜୁ ପଟ୍ଟନାୟକ ଏହି ଡାକୋଟା ବିମାନକୁ ଉଡାଇ ସେ ସମୟରେ ତକ୍ରାଳୀନ ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ବାହାରିନ୍ ଓ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ଉଦ୍ଧାର କରି ଭାରତ ନେଇଆସିଥିଲେ । ଏହି ବିମାନ ବିଜୁ ବାବୁଙ୍କ ଅଦମ୍ୟ ସାହାସ ଓ ବିରତ୍ୱକୁ ଆଜି ବି ଉଜାଗର କରି ରଖିଛି । ତେଣୁ ଏହି ବିମାନଟିକୁ ବିଜୁ ବାବୁଙ୍କ ସ୍କୃତି ଅର୍ଥରେ ସର୍ବସାଧାରଣଙ୍କ ଦେଖିବା ପାଇଁ ରଖାଯିବ ।publive-image

ବହୁ ପୂର୍ବରୁ ଡାକୋଟାକୁ ଓଡିଶା ଆଣିବାକୁ ପ୍ରୟାସ ଆରମ୍ଭ ହୋଇଥିଲା । ଏଥିପାଇଁ ରାଜ୍ୟ ସରକାର ବେସାମରିକ ବିମାନ ଚଳାଚଳ ବିଭାଗକୁ ଚିଠି କରିଥିଲେ । ଏବେ ଏହାକୁ ତ୍ୱରାନ୍ୱିତ କରାଯାଇଛି । ‘ଏରୋସ୍ପେଶ୍ ରିସର୍ଚ୍ଚ ଡେଭଲପମେଣ୍ଟ’ର ମିଳିତ ସହଯୋଗରେ ଏହାକୁ ଓଡିଶା ଅଣାଯିବାର ସୂଚନା ରହିଛି ।