କନକ ବ୍ୟୁରୋ: ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହନ ପାଇଁ ଦୀର୍ଘ ବର୍ଷ ଧରି ପ୍ରଦାନ କରାଯାଉଥିବା ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ର ନାମ ବଦଳିବ ନାହିଁ । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ସବୁବେଳେ ବରପୁତ୍ରମାନଙ୍କୁ ସମ୍ମାନ ଦେଇଆସିଛି । ତେବେ ବିଜୁ ବାବୁଙ୍କୁ କୌଣସି ଦଳର ନୁହେଁ ବରଂ ତାଙ୍କୁ ଓଡିଶାର ବରପୁତ୍ର ଭାବେ ସମ୍ମାନ ଦିଆଯାଏ । ବିଜୁ ବାବୁଙ୍କ ଦୀର୍ଘ ଦଶନ୍ଧୀର ରାଜନୈତିକ ଓ ସାମାଜିକ ଅବଦାନ ସବୁବବେଳେ ସମ୍ମରଣୀୟ ହୋଇରହିବ । ତେଣୁ ପୂବ ର୍ରୁ ଦିଆଯାଉଥିବା ଏହି ପୁରସ୍କାର ତାଙ୍କର ନାମରେ ଚାଲୁ ରହିବ ବୋଲି ଘୋଷଣା କରିଛନ୍ତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Advertisment

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର କ୍ରୀଡା କ୍ଷେତ୍ରରେ ରାଜ୍ୟ ସ୍ତରୀୟ ସର୍ବୋଚ୍ଚ ସମ୍ମାନ। ହେଲେ ଶନିବାର ଏହି ପୁରସ୍କାରର ନାମ ପରିବର୍ତ୍ତନ କରିବାକୁ ଘୋଷଣା ହୋଇଥିଲା । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପରିବର୍ତ୍ତେ ଏହାର ନାମ ଓଡିଶା ରାଜ୍ୟ କ୍ରୀଡା ସମ୍ମାନ ହେବ ବୋଲି ଘୋଷଣା ହେବ। ଏ ନେଇ ରାଜ୍ୟ କ୍ରୀଡା ବିଭାଗ ତରଫରୁ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ହେଲେ ଏନେଇ କୌଣସି ବିଦ୍ଧିବଦ୍ଧ ନିଷ୍ପତ୍ତି ହୋଇନାହିଁ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।