ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ : ଟଲ୍ ମ୍ୟାନଙ୍କ ସ୍ମୃତିକୁ ମନେ ପକାଉଛି ସାରା ଓଡିଶା

204

କନକ ବ୍ୟୁରୋ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓଡ଼ିଆ ଜାତି ତଥା ଓଡ଼ିଶାର ଉତ୍‌ଥାନ ପାଇଁ ଆଜୀବନ ଉଦ୍ୟମ କରିଥିବା ନେତାଙ୍କ ମଧ୍ୟରେ ଅନ୍ୟତମ। ସେ ଥିଲେ ସାହସୀ, ସ୍ବାଭିମାନୀ, ଯୁଗସ୍ରଷ୍ଟା ଓ ଦୂରଦ୍ରଷ୍ଟା । ୫ ମାର୍ଚ୍ଚ ୧୯୧୬ରେ ଆସିକାରେ ସେ ଜନ୍ମ ହୋଇଥି‌େଲ । ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟରେ ପରିଣତ କରିବା ପାଇଁ ସ୍ବାଧୀନତା ପରେ ସ୍ବପ୍ନ ଦେଖିଥିଲେ ବିଜୁ। ସେ ଭୁବନେଶ୍ବରରେ ପ୍ରତିଷ୍ଠା କରିଥିଲେ ଆମ ରାଜ୍ୟର ପ୍ରଥମ ଫ୍ଲାଇଙ୍ଗ୍ କ୍ଲବ୍‌ ଏବଂ ନିଜର ସ˚ସ୍ଥା ‘କଳିଙ୍ଗ ଏଆର‌୍‌ଓ୍ୱଜ୍‌‌’। ବ୍ୟକ୍ତିଗତ ଉଦ୍ୟମରେ ସେ ଚୌଦ୍ବାରରେ ଓଡ଼ିଶା ଟେକ୍‌ସଟାଇଲ୍‌ ମିଲ୍‌, କଳିଙ୍ଗ ଟ୍ୟୁବ୍‌ସ, କଳିଙ୍ଗ ରେଫ୍ରିଜେରେସନ୍‌, କଳିଙ୍ଗ ଇଣ୍ତଷ୍ଟ୍ରିଜ୍‌ ଭଳି ବହୁ କାରଖାନା ଖୋଲିଥିଲେ। ବୈଷୟିକ ବିଜ୍ଞାନ ଉପରେ ତାଙ୍କର ବିଶ୍ବାସ ଥିଲା । ବିଜ୍ଞାନର ପ୍ରସାର ପାଇଁ ୧୯୫୧ରେ ସେ ଜାତିସ˚ଘର ଶିକ୍ଷା, ବିଜ୍ଞାନ ଓ ସ˚ସ୍କୃତି ସ˚ସ୍ଥା ମାଧ୍ୟମରେ ‘କଳିଙ୍ଗ ପୁରସ୍କାର’ ସ୍ଥାପନ କରିଥିଲେ ।

ପାରାଦୀପରେ ଏକ ବୃହତ୍‌ ବନ୍ଦର ସ୍ଥାପନ ପାଇଁ ସେ ହିଁ ପ୍ରଥମେ ପଦକ୍ଷେପ ନେଇଥିଲେ । କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରିଚାଲିଥିଲେ ହେଁ ବିଜୁ ପ୍ରଧାନମନ୍ତ୍ରୀ ପଣ୍ତିତ ନେହରୁଙ୍କୁ ପ୍ରଭାବିତ କରି ଶୁଭ ଦିଆଇଥିଲେ । କେନ୍ଦ୍ରର ସହାୟତା ମିଳିବା ପୂର୍ବରୁ ରାଜ୍ୟ ବ୍ୟୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇ ଲଢ଼ୁଆ ମନୋବୃତ୍ତିର ପରିଚୟ ଦେଇଥିଲେ। ଓଡ଼ିଶାର ଲୌହ-ବହୁଳ ଅଞ୍ଚଳ ସହ ପାରାଦୀପକୁ ଯୋଡ଼ିବା ପାଇଁ ଗଢ଼ାଇଥିଲେ ଦୈତାରୀ-ପାରାଦୀପ ଏକ୍‌ସପ୍ରେସ୍‌ ରାଜପଥ। ତେର ଜିଲ୍ଲା ବିଶିଷ୍ଟ ଓଡ଼ିଶାକୁ ଭାଙ୍ଗିବା ପାଇଁ ତାଙ୍କ ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ସାହସ କରି ନ ଥିଲେ। ନିଜର ଦ୍ବିତୀୟ ଶାସନ କାଳରେ ସେ ଓଡ଼ିଶାକୁ ତିରିଶଟି ଜିଲ୍ଲାରେ ବିଭକ୍ତ କରିଥିଲେ। ପଞ୍ଚାୟତ ଓ ନଗରପାଳିକା ବ୍ୟବସ୍ଥାରେ ମହିଳାଙ୍କ ନିମନ୍ତେ ସ୍ଥାନ ସ˚ରକ୍ଷଣ ଦେଶରେ ସର୍ବ ପ୍ରଥମେ ଓଡ଼ିଶାରେ କାର୍ଯ୍ୟକାରୀ ହୋଇଥିଲା; ଯାହା ବିଜୁଙ୍କ ଅବଦାନ ।

ଖଟିଖିଆ ମଜୁରିଆଙ୍କ ପାଇଁ ମଧ୍ୟ ସେ ଐତିହାସିକ ପଦକ୍ଷେପ ନେଇଥିଲେ। ସର୍ବନିମ୍ନ ମଜୁରିକୁ ଏଗାର ଟଙ୍କାରୁ ପଚିଶ ଟଙ୍କାକୁ ବଢ଼ାଇ ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ଏହି ପଦକ୍ଷେପ ମଧ୍ୟ ଥିଲା ଦେଶରେ ପ୍ରଥମ । ୧୯୫୧ରେ ସେ ଜଗନ୍ନାଥ ପ୍ରସାଦ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଆସନ ଅଳ˚କୃତ କରିଥିଲେ। କେନ୍ଦ୍ରରେ କିଛି କାଳ ମନ୍ତ୍ରୀ ମଧ୍ୟ ଥିଲେ । ୧୯୯୭ ଏପ୍ରିଲ ୧୭ରେ ତାଙ୍କର ପରଲୋକ ହୋଇଥିଲା ।