ଘରୋଇକରଣ ହେବ ଭୁବନେଶ୍ୱର ବିମାନବନ୍ଦର : ପିପିପି ମୋଡ଼ରେ ବିକାଶ ଓ ପରିଚାଳନା କରାଯିବା ସୁଚନା

208

କନକ ବ୍ୟୁରୋ : ଘରୋଇକରଣ ହେବ ଭୁବନେଶ୍ୱର ବିମାନବନ୍ଦର । କୌଣସି ଘରୋଇ କମ୍ପାନୀ , ରାଜ୍ୟ ସରକାର ବା ପିପିପି ମୋଡରେ ବିମାନବନ୍ଦରର ବିକାଶ ଓ ପରିଚାଳନା କରାଯିବ । ଏହି ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜେନେରାଲ ଭିକେ ସିଂହ । ଭାରତୀୟ ବିମାନବନ୍ଦର ପ୍ରାଧିକରଣର ୧୯୦ତମ ବୋର୍ଡ ବୈଠକରେ ଏହାକୁ ମଞ୍ଜୁରି ଦିଆଯାଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ସମେତ, ବାରଣାସୀ, ଅମୃତସର, ରାୟପୁର, ଇନ୍ଦୋର ଓ ତ୍ରିଚି ଭଳି ୬ଟି ବିମାନବନ୍ଦରକୁ ଘରୋଇକରଣ ପାଇଁ ନିଷ୍ପତ୍ତି ହୋଇଛି । ବେସାମରିକ ବିମାନ ଚଳାଚଳ ନୀତି -୨୦୧୬ ଅନୁସାରେ ଦେଶର ବିଭିନ୍ନ ବିମାନବନ୍ଦରକୁ ଘରୋଇକରଣ ବା ପିପିପି ମୋଡରେ ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାର ଚାହିଁଲେ ବିମାନବନ୍ଦରର ପରିଚାଳନା ଓ ଉନ୍ନତିକରଣ ଦାୟି୍ତ୍ୱ ଦେଇପାରିବେ । ୨୦୦୬ରେ ଦିଲ୍ଳୀ ଓ ମୁମ୍ବାଇ ବିମାନବନ୍ଦର ପରିଚାଳନା ପିପିପି ମୋଡରେ କରିବାକୁ ଲିଜ୍ ଦେଇଥିଲା ଏୟାରପୋର୍ଟ ଅଥରୀଟି ଅଫ୍ ଇଣ୍ଡିଆ । ୨୦୧୮- ୧୯ରେ ଅହମ୍ମଦାବାଦ, ଜୟପୁର, ଲେକ୍ଷ୍ନୌ, ଗୌହାଟି, ଥିରୁଅନନ୍ତପୁରମ ଓ ମେଙ୍ଗାଲୁରୁ ବିମାନବନ୍ଦରକୁ ଘରୋଇକରଣ କରାଯାଇଥିଲା ।