କନକ ବ୍ୟୁରୋ: ଫେବୃୟାରୀ ଆରମ୍ଭରୁ ବିଜେଡିର ମାରାଥନ୍ ପ୍ଲାନ୍ । ଆସନ୍ତା ୧ ତାରିଖରୁ ରାଜ୍ୟବ୍ୟାପୀ ବିଜୁ ଯୁବବାହିନୀର ଯୁବ ସମାବେଶ ଆୟୋଜିତ ହେବ । ସୂଚନା ମୁତାବକ ଆସନ୍ତା ଫେବୃୟାରୀ ୧ ତାରିଖରେ ସମ୍ବଲପୁର, ୫ ତାରିଖରେ କୋରାପୁଟ, ୧୦ ତାରିଖରେ କନ୍ଧମାଳ, ୧୩ ତାରିଖରେ ବାଲେଶ୍ୱର ଏବଂ ୧୭ ତାରିଖରେ ଭୁବନେଶ୍ୱରରେ ବିଜୁ ଯୁବବାହିନୀ ତରଫରୁ ଯୁବ ସମାବେଶ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

Advertisment

publive-imageଆସନ୍ତା ୧ ତାରିଖରେ ବିଜୁ ଯୁବବାହିନୀ ତରଫରୁ ସମ୍ବଲପୁରରେ ହେବାକୁଥିବା ପ୍ରଥମ ଯୁବ ସମାବେଶରେ ବିଭିନ୍ନ ଅଞ୍ଚଳରେ ବିଜେଡି ତରଫରୁ ଯୁବ ସମାବେଶ କରାଯିବ। ତେବେ ଏହି ସମାବେଶର ସ୍ଲୋଗାନ୍ 'ସ୍ୱେଚ୍ଛା ସେବାର ଉତ୍ସବ' ରହିବ ବୋଲି ବିଜୁ ଯୁବବାହିନୀ ତରଫରୁ ସୂଚନା ଦିଆଯାଇଛି । ବିଜେଡି ଦ୍ୱାରା ହେବାକୁଥିବା ଯୁବ ସମାବେଶରେ ବିଜେଡିର ଜିଲ୍ଲା ପଦାଧିକାରୀଙ୍କ ଏବଂ ତୃଣମୂଳ ସ୍ତରରେ ଥିବା ବିଜୁ ଯୁବବାହିନୀର କର୍ମକର୍ତ୍ତାମାନେ ସାମିଲ ହେବେ ବୋଲି ସୂଚନା ମିଳିଛି ।

publive-imageଆସନ୍ତା ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକିଥିବାବେଳେ ବିଜେଡି ଫୋକସରେ ଯୁବପିଢ଼ୀ । କାରଣ ଚଳିତ ବର୍ଷ ୫ ଳକ୍ଷରୁ ଉଦ୍ଧ୍ୱର୍ ଯୁବ ମତଦାତା ଭୋଟର ତାଲିକାରେ ସାମିଲ ହୋଇଛନ୍ତି । ତେଣୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ନିର୍ବାଚନ ପୂର୍ବରୁ ମାରାଥନ୍ ଯୁବ ସମାବେଶ କରି ଯୁବ ଭୋଟ୍ ବ୍ୟାଙ୍କ ହାତେଇବାକୁ ଗୋଟି ଚାଳନା କରିଥିବା ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।